ଆତ୍ମହତ୍ୟା କଲା ରୋବଟ, କାମ ଚାପ ଯୋଗୁଁ ରୋବୋ ନେଲା ଆତ୍ମହତ୍ୟା ନିଷ୍ପତ୍ତି

ବ୍ୟୁରୋ :ବିଚିତ୍ର ଏ ଦୁନିଆ। ପୃଥିବୀରେ ଏମିତି କିଛି ଘଟଣା ଘଟେ ଯାହା ପ୍ରତ୍ୟେକଙ୍କୁ ଚକିତ କରିଥାଏ। ସେମିତି ଏକ ଘଟଣା ଘଟିଛି ଦକ୍ଷିଣ କୋରିଆରେ। ବିଶ୍ବରେ ପ୍ରଥମ ଥର ପାଇଁ ଏକ ରୋବୋ ଆତ୍ମହତ୍ୟା କରିଛି। ଏହି ରୋବୋ ଦକ୍ଷିଣ କୋରିଆରେ ପ୍ରାଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲା। ଗୁମି ସିଟି କାଉନସିଲ ଏହି ରୋବୋକୁ ନିଯୁକ୍ତି ଦେଇଥିଲା। ରୋବୋଟି ରୋବୋ ହଠାତ୍ ସିଡିରୁ ଖସିପଡ଼ିଯିବାରୁ ପରେ ଏହା ଆଉ କାମ କରି ନ ଥିଲା। ଫଳରେ ରୋବୋ ଅଚଳ ହୋଇ ଯାଇଥିଲା। ଏହାକୁ ଦେଶର ପ୍ରଥମ ରୋବୋ ଆତ୍ମହତ୍ୟା କୁହାଯାଉଛି।
କୁହାଯାଉଛି ଅଧିକ ଚାପଗ୍ରସ୍ତ ଯୋଗୁଁ ରୋବଟ ଆତ୍ମହତ୍ୟା କରିଛି। ଚାପ ସହି ନପାରି ତଳକୁ ଡେଇଁ ଆତ୍ମହତ୍ୟା କରିଛି ବୋଲି ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି।ପରିଷଦ କାର୍ଯ୍ୟରେ ସହଯୋଗ କରୁଥିବା ରୋବଟର ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚିକିତ କରିଛି। ରୋବଟଟି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ପ୍ରଶାସନିକ କାର୍ଯ୍ୟ କରୁଥିଲା। ସେ ଲୋକଙ୍କ ପାଖରେ ଯାଇ ମଧ୍ୟ ପହଞ୍ଚୁଥିଲା। ପରିଷଦର ଜଣେ ଅଧିକାରୀ କହିଛନ୍ତି ଯେ ଏହି ରୋବଟ ଗତ ଏକ ବର୍ଷ ଧରି ଗୁମି ସହରର ବାସିନ୍ଦାଙ୍କୁ ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରି ଆସୁଥିଲା। ପାହାଚରୁ ଡେଇଁବା ପୂର୍ବରୁ ସେ ଏମିତି କିଛି ଆଚରଣ ପ୍ରଦର୍ଶନ କରିଥିଲା, ଯାହା ଆତ୍ମହତ୍ୟା ଆଡ଼କୁ ଇଙ୍ଗିତ କରୁଛି।