thelifelinemedia
Latest Odisha News, Breaking News Today

ପୁରୀ ବଡ଼ ଦାଣ୍ଡରେ ସଫେଇ କଲେ ମୁଖ୍ୟମନ୍ତ୍ରୀ 

ପୁରୀ:ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତା ପୂର୍ବରୁ ପୁରୀ ବଡଦାଣ୍ଡରେ ସଫେଇ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଝାଡୁ କରି

ସାଧାରଣ ସେବକର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଡ ଦାଣ୍ଡରେ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବଚ୍ଛତା ଓ ପରିଚ୍ଛନ୍ନତାର ବାର୍ତ୍ତା ଦେଇଛନ୍ତି। ପୁରୀ ବଡ଼ ଦାଣ୍ଡରେ ରଥ ଯାତ୍ରା ଅବ୍ୟବହିତ ପୂର୍ବରୁ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଝାଡୁ ଧରି ବଡ଼ ଦାଣ୍ଡ ଉପରୁ ଅଳିଆ ସଫା କରିଥିଲ। ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍, ସାଂସଦ ଓ ବିଧାୟକ ମାନେ ଉପସ୍ଥିତ ଥିଲେ।ଏହି ଅବସରରେ ସମସ୍ତେ ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ସହିତ single use plastic ବ୍ୟବହାର ନ କରିବାକୁ ମୁଖ୍ୟମନ୍ତ୍ରୀ ଜନ ସାଧାରଣଙ୍କୁ ନିବେଦନ କରିଥିଲେ।ଏହି କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହିତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି,  ମହାପ୍ରଭୁ ରଥକୁ ବିଜେ କରିବା ପରେ ଛେରା ପହଁରା କରିବାର ପରମ୍ପରା ରହିଥାଏ ।ଏହା ପୂର୍ବରୁ ବଡଦାଣ୍ଡକୁ ସ୍ବଚ୍ଛ ଓ ପରିଷ୍କାର ମଧ୍ୟ କରାଯାଏ ।ଏଥିପାଇଁ ଆମ ସରକାର ପକ୍ଷରୁ ଆଜି ଏହି ସଫେଇ କାର୍ଯ୍ୟକ୍ରମ ରହିଛି । ଏହା ସ୍ବଚ୍ଛତା ଓ ସଚେତନା ପାଇଁ ଏହି କାର୍ଯ୍ୟ । ଲକ୍ଷ ଲକ୍ଷ ଲୋକ ଆସିବେ ଏଥିପାଇଁ ଏଭଳି ବ୍ୟାପକ ସଫେଇ କାର୍ଯ୍ୟ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଏହା ସହିତ ରଥଯାତ୍ରା ପରିସରକୁ ସ୍ବଚ୍ଛ ରଖିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରଦ୍ଧାଳୁମାନେ ନିଜେ ସଚେତନ ହେବା ଆବଶ୍ୟକ ।

Leave A Reply

Your email address will not be published.