thelifelinemedia
Latest Odisha News, Breaking News Today

ବ୍ରିଟିସ ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମର

ଲଣ୍ଡନ:କେୟର ଷ୍ଟାର୍ମର ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ହୋଇଛନ୍ତି।ବ୍ରିଟେନ ସଂସଦୀୟ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ହାସଲ କରିବା ପରେ କେୟର ଷ୍ଟାର୍ମର୍ ଶୁକ୍ରବାର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି।ଅନ୍ୟପଟେ ଋଷି ସୁନକ ଜ ପରାଜୟ ସ୍ୱୀକାର କରିବା ସହିତ କଞ୍ଜର୍ଭେଟିଭ୍ ଦଳର ୧୪ ବର୍ଷ ଶାସନର ଅନ୍ତ ହୋଇଛି । ଜଣେ ଲେବର ନେତା କେୟର ଷ୍ଟାର୍ମର ପୂର୍ବତନ ମାନବାଧିକାର ଆଇନଜୀବୀ ଓ ପବ୍ଲିକ ପ୍ରସିକ୍ୟୁଟର ପ୍ରଖ୍ୟାତି ପାଇ ଆସିଛନ୍ତି। ଏବେ ତାଙ୍କୁ ଦେଶ ସମ୍ଭାଳିବାକୁ ହେଵ। ୬୧ ବର୍ଷ ବୟସରେ ଷ୍ଟାର୍ମର ବ୍ରିଟିସ ପ୍ରଧାନମନ୍ତ୍ରୀ ହେବାରେ ସବୁଠାରୁ ବୟସ୍କ ବ୍ୟକ୍ତି ଏବଂ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହେବାର ମାତ୍ର ୯ ବର୍ଷ ପରେ ଏହି ସର୍ବୋଚ୍ଚ ପଦରେ ଅବସ୍ଥାପିତ ହେବାର ସୌଭାଗ୍ୟ ପାଇଛନ୍ତି ସେ।

ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ହେବା ପରେ ନିଜ କ୍ୟାବିନେଟ ମଣ୍ଡଳ ଗଠନ କରିଛନ୍ତି ଷ୍ଟାର୍ମର। ଯେଉଁଥିରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ନେତାଙ୍କୁ ସାମିଲ କରିଛନ୍ତି । ଉତ୍ତର ପଶ୍ଚିମ ଇଂଲଣ୍ଡର ୱିଗାନ୍ ସଂସଦୀୟ ନିର୍ବାର୍ଚନ ମଣ୍ଡଳୀରୁ ବିପୁଳ ଭୋଟ୍ ବ୍ୟବଧାନରେ ନିର୍ବାଚିତ ହୋଇଥିବା ଲିସା ନନ୍ଦିଙ୍କୁ କିୟର ଷ୍ଟାର୍ମର ସଂସ୍କୃତି, ମିଡିଆ ଏବଂ କ୍ରୀଡ଼ା ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଷ୍ଟାର୍ମର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ପ୍ରତି ତାଙ୍କର ଆଭିମୁଖ୍ୟ କଣ ରହିପାରେ। କୁହାଯାଉଛି
ବ୍ରିଟେନ-ଭାରତ ସମ୍ପର୍କକୁ ମଜବୁତ କରିବା ଉପରେ ତାଙ୍କର ମୁଖ୍ୟ ଦିଗ ରହିବ।ଐତିହାସିକ ଭୁଲ୍, ବିଶେଷକରି କାଶ୍ମୀର ଭଳି ପ୍ରସଙ୍ଗରେ ଲାବୋରର ଆଭିମୁଖ୍ୟକୁ ସ୍ୱୀକାର କରି ଷ୍ଟାରମର୍ ଭାରତ ସହିତ ଏକ ନୂତନ ରଣନୀତିକ ଭାଗିଦାରୀ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ବୈଷୟିକ ଜ୍ଞାନକୌ ଶଳ, ସୁରକ୍ଷା, ଶିକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ସହିତ ସମ୍ପର୍କ ବୃଦ୍ଧି କରିବାକୁ ତାଙ୍କର ମୁଖ୍ୟ ଆଭିମୁଖ୍ୟ ରହିପାରେ।

Leave A Reply

Your email address will not be published.