ସୋନାକ୍ଷୀଙ୍କ ବାହାଘରରେ ଖୁସି ନାହାନ୍ତି ପରିବାର ଲୋକ!

ବ୍ୟୁରୋ:ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିନ୍ହାଙ୍କ ବାହାଘରକୁ ନେଇ ଖୁସି ନାହାନ୍ତି ପରିବାର ଲୋକେ। ଝିଅ ବାହାଘରରେ ଖୁସି ପରିବାର ସଦସ୍ୟ।ଏମିତି କିଛି ଚର୍ଚ୍ଚା ହେଉଛି ମାୟା ନଗରୀ ମୁମ୍ବାଇରେ। ଆସନ୍ତାକାଲି ସୋନାକ୍ଷୀଙ୍କ ବାହାଘର କିନ୍ତୁ ତା ପୂର୍ବରୁ ଚର୍ଚ୍ଚା ହେଉଛି ସୋନାକ୍ଷୀଙ୍କ ବାହାଘରରେ ଖୁସି ନାହାନ୍ତି ପରିବାର ଲୋକ।ବୟଫ୍ରେଣ୍ଡ ଜହିର ଇକବାଲଙ୍କୁ ବିବାହ କରିବାକୁ ଯାଉଛନ୍ତି ।କୁହାଯାଉଛି, ସୋନାକ୍ଷୀଙ୍କ ବିବାହକୁ ନେଇ ଖୁସି ନାହାନ୍ତି ବାପା ଶତ୍ରୁଘ୍ନ ସିହ୍ନା ଓ ପରିବାର। କାହିଁକି ଶତ୍ରୁଘ୍ନ ଖୁସି ନାହାନ୍ତି, ଏନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାର ଆକଳନ କରାଯାଉଛି। ବିବାହ ପୂର୍ବରୁ ସୋନାକ୍ଷୀଙ୍କ ମେହନ୍ଦି କାର୍ଯ୍ୟକ୍ରମ ହୋଇଥିଲା, ଯେଉଁଥିରେ ଏହି ଦମ୍ପତି ସେମାନଙ୍କ ପରିବାର ସହିତ ପୋଜ୍ ଦେଇଥିବାର ଫଟୋ ଭାଇରାଲ ହୋଇଥିଲା | କିନ୍ତୁ ଏହି ଫଟୋରେ ଅଭିନେତ୍ରୀଙ୍କ ଦୁଇ ଭାଇ ଲବ ଏବଂ କୁଶ ନଜର ଆସିନଥିଲେ। ଏହି ଫଟୋ ଭାଇରାଲ ହେବା ପରେ ଅଭିନେତ୍ରୀଙ୍କ ୨ଭାଇ ଏହି ବିବାହରେ ଖୁସି ନଥିବା ଅନୁମାନ କରାଯାଉଛି।
ଅଭିନେତ୍ରୀ ମୁସଲିମ ଅଭିନେତା ଜହିର ଇକବାଲଙ୍କୁ ବିବାହ କରିବାକୁ ଯାଉଥିବାରୁ ଅଭିନେତ୍ରୀଙ୍କ ପୁରା ପରିବାର ଏହି ବିବାହ ବିରୋଧରେ ବୋଲି ଚର୍ଚ୍ଚା ହେଉଛି।କେବଳ ଶତ୍ରୁଘ୍ନ ସିହ୍ନା ନୁହନ୍ତି ସୋନାକ୍ଷୀଙ୍କ ପୂରା ପରିବାର ତାଙ୍କର ବିବାହ ନିଷ୍ପତ୍ତିରେ ଖୁସି ନଥିବା କୁହାଯାଉଛି। ମାଆ ପୁନମ ସିହ୍ନା ପରିବାରର ସବୁ ସଦସ୍ୟଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଥିଲେ ବି ସୋନାକ୍ଷୀଙ୍କୁ ଫଲୋ କରୁନଥିବା ଚର୍ଚ୍ଚା ହେଉଛି।