thelifelinemedia
Latest Odisha News, Breaking News Today

୨୦୩୬ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା… ଆଉ ୩ ବର୍ଷ ବଢ଼ାଇଲେ ମୋହନ ସରକାର

ଭୁବନେଶ୍ୱର :୨୦୩୬ ଯାଏ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡିଶା। ପୂର୍ବରୁ ୨୦୩୩ ଯାଏଁ ପ୍ରାୟୋଜକ ଥିଲା ଓଡିଶା । ରାଜ୍ୟ ସରକାର ଏବେ ଏହାକୁ ୨୦୩୬ ପର୍ଯ୍ୟନ୍ତ ବଢାଇଛନ୍ତି ।ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ୨୦୩୬ ଓଡ଼ିଶାକୁ ୧୦୦ବର୍ଷ ପୁରୁଥିବାରୁ ଚୁକ୍ତି ଆଉ ୩ବର୍ଷ ବୃଦ୍ଧି କରାଯାଇଛି। ତେଣୁ ୨୦୩୬ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ ପରେ ହକି ଇଣ୍ଡିଆ ମହାସଚିବ ଏହି ସୂଚନା ଦେଇଛନ୍ତି।

ପୂର୍ବରୁ ୨୦୧୮ରୁ ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ରହିବାର ଥିଲା ଓଡ଼ିଶା। ୨୦୩୬ରେ ଓଡିଶା ଗଠନର ଶହେ ବର୍ଷ ପୁରିବାକୁ ଯାଉଛି ତେଣୁ ରାଜ୍ୟବାସୀଙ୍କ ହକିକୁ ନେଇ ଥିବା ଭାବାବେଗକୁ ନଜରରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।ସାହାରା ଇଣ୍ଡିଆ ହାତ ଛାଡ଼ିଦେବା ପରେ ୨୦୧୮ରେ ଭାରତୀୟ ହକି ହଳର ଦାୟିତ୍ୱ ନେଇଥିଲା ଓଡ଼ିଶା । ଉଭୟ ପୁରୁଷ ଓ ମହିଳା ଦଳର ମୁଖ୍ୟ ପ୍ରାୟୋଜକ ହୋଇଥିଲା । ଏହାପରେ ଏହି ଅବଧି ବଢ଼ାଇ ଆସିଛନ୍ତି ରାଜ୍ୟ ସରକାର ।ଏବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଏହାକୁ ଆହୁରି ୩ ବର୍ଷ ଅର୍ଥାତ ୨୦୩୬କୁ ବଢ଼ାଇ ଦିଆଯାଇଛି।

Leave A Reply

Your email address will not be published.