thelifelinemedia
Latest Odisha News, Breaking News Today

ମିଳିଲା ଆଶ୍ବସ୍ତି, ଆଉ ୪ ଜିଲ୍ଲାକୁ ଛୁଇଁଲା ମୌସୁମୀ

ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ଅଂଶକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୂର୍ବରୁ ମାଲକାନଗିରି କୋରାପୁଟ ଜିଲ୍ଲା ଛୁଇଁଥିଲା ମୌସୁମୀ ବାୟୁ । ପାଗ ଅନୁକୂଳ ଥିବାରୁ ଆସନ୍ତା ୩ ଦିନରେ ରାଜ୍ୟର ଅନେକ ଜିଲ୍ଲାକୁ ଛୁଇଁବ ମୌସୁମୀ ।
ସେପଟେ ଆସନ୍ତା ୫ ଦିନ ଯାଏଁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏହାସହ ପବନର ବେଗ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ରହିବ । ୨୧ ଓ ୨୨ ତାରିଖରେ ବର୍ଷାର ପରିମାଣ ବଢିବ । ଆସନ୍ତା ୫ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେଉଁଝର, ଅନୁଗୋଳ, ଢେଙ୍କାନାଳ, ଦେଓଗଡ, ସୁନ୍ଦରଗଡ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡା ଓ ପୁରୀ ଜିଲ୍ଲା ।
ଏଥିସହ ଆଗାମୀ ଦୁଇ ଦିନ ଯାଏଁ ଗରମ ଗୁଳୁଗୁଳିରୁ ତ୍ରାହି ନାହିଁ । ଉପକୂଳ ସମେତ ଉତ୍ତର ଉପକୂଳ ଓ ଦକ୍ଷିଣ ଓଡିଶା ମଧ୍ୟ ହେବ ସନ୍ତୁଳି । ବିଶେଷ ଭାବେ ବାଲେଶ୍ୱର , ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲା ହେବ ସନ୍ତୁଳି । ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।

Leave A Reply

Your email address will not be published.