thelifelinemedia
Latest Odisha News, Breaking News Today

ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ: ଗୋଡ ହରାଇ ଥିବା ଶିକ୍ଷକଙ୍କୁ ଭେଟିଲେ, ଅଧର୍ଯ୍ୟ ନ ହେବା ପାଇଁ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମୟ ଥିଲା ଅପରାହ୍ନ। ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁ ଥାଆନ୍ତି। ତାଙ୍କ ଭିତରେ ଥିଲେ କିଛି ଛଟେଇ କମ୍ପ୍ୟୁଟର ଶିକ୍ଷକ। ସେମାନଙ୍କ ଭିତରେ ଜଣେ ଥିଲେ ଅର୍ଜୁନ ନାୟକ। ଅର୍ଜୁନଙ୍କର ଗୋଟିଏ ଗୋଡ ନ ଥିଲା। ଦୁର୍ଘଟଣାରେ ସେ ଗୋଟିଏ ଗୋଡ ହରାଇ ଥିଲେ।ତାଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କଲେ। ତାଙ୍କ ସମସ୍ୟା ବିଷୟରେ ଶୁଣିଲେ।ତାଙ୍କୁ ନିଜ ହାତରେ ମୁଖ୍ୟମନ୍ତ୍ରୀ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ଶାନ୍ତ୍ବନା ଦେଲେ ।ଅର୍ଜୁନ ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ।ତାଙ୍କ ଆଖିରୁ ଝରି ପଡୁଥାଏ ଅନନ୍ଦାଶ୍ରୁ। ଆଶା, ବିଶ୍ବାସ ଓ ଭରସା ନେଇ ସେ ଫେରିଲେ।ଗତ ୫ ଦିନ ଧରି ଏହିପରି ଅନେକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ଖୁସି, ଆନନ୍ଦ, ବିଶ୍ବାସ ଓ ଭରସା ନେଇ ଫେରୁଛନ୍ତି।ଗତ ଜୁନ ୧୨ ତାରିଖରେ ଦାୟିତ୍ଵ ନେବା ପରଠାରୁ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲଗାତର ଭାବେ ସାଧାରଣ ଲୋକଙ୍କ ସହ ମିଶୁଛନ୍ତି ।

ନିଜ ବାସଗୃହଠାରୁ ଆରମ୍ଭ କରି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯାଳୟ ପର୍ଯ୍ଯନ୍ତ ସବୁଠାରେ ସାଧାରଣ ଲୋକଙ୍କୁ ମୁଖ୍ଯମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ମିଳୁଛି । ମୁଖ୍ଯମନ୍ତ୍ରୀଙ୍କୁ ଭେଟିବା ପାଇଁ କୌଣସିଠାରେ ସାଧାରଣ ଲୋକଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ୧୨ ତାରିଖରୁ ଆଜି ସୁଦ୍ଧା ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଆସି ପ୍ରାୟ ୧ ଲକ୍ଷ ମହିଳା, ଛୋଟପିଲା ଏବଂ ସାଧାରଣ ଲୋକ ମୁଖ୍ଯମନ୍ତ୍ରୀଙ୍କୁ ଭେଟିଲେଣି ମୁଖ୍ଯମନ୍ତ୍ରୀଙ୍କୁ ଭେଟି ସାଧାରଣ ଲୋକ ଅନୁଭବ କରୁଛନ୍ତି ମୁଖ୍ଯମନ୍ତ୍ରୀ ମଧ୍ଯ ଆମ ଭିତରୁ ଜଣେ । ନାଁ ଅଛି ତାଙ୍କ ପାଖରେ କ୍ଷମତାର ଚାକଚକ୍ଯ ନାଁ ଅଛି ସରକାରୀ ଆଦବ କାଇଦା l ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏ ହେଉଛନ୍ତି ଲୋକଙ୍କ ମୁଖ୍ଯମନ୍ତ୍ରୀ ।

Leave A Reply

Your email address will not be published.