thelifelinemedia
Latest Odisha News, Breaking News Today

ଆଉ ନାହାନ୍ତି ଓଡିଶାର ପୂର୍ବତନ ରାଜ୍ୟପାଳ…ରାଜନୈତିକ ମହଲରେ ଶୋକର ଛାୟା

ଭୁବନେଶ୍ୱର:ପରଲୋକରେ ଓଡିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ।ବୟସାଧିକ ଦୃଷ୍ଟିରୁ ବିଭିନ୍ନ ରୋଗରେ ପୀଡିତ ଥିଲେ ମୁରଲୀଧର।ତାଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳି ଯାଇଛି। କେବେଳ ରାଜନୈତିକ ମହଲରେ ନୁହେଁ ସାମାଜିକ ଏବଂ ସାହିତ୍ୟ ଜଗତରେ ମଧ୍ୟ ଶୋକ ଖେଳି ଯାଇଛି। ଓଡିଶା ସହିତ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ସମ୍ପର୍କ ଖୁବ ଭଲ ରହିଥିଲା।
ଓଡ଼ିଶାର ୪୩ତମ ରାଜ୍ୟପାଳ ରୂପେ କାର୍ୟ୍ୟନିର୍ବାହ କରିଥିଲେ। ୨୧ ଅଗଷ୍ଟ ୨୦୦୭ରୁ ୦୯ ମାର୍ଚ ୨୦୧୩ ପର୍ୟ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଥିଲେ ମୁରଲୀଧର । ଜଣେ ବରିଷ୍ଠ ଆଇନଜୀବୀ ହିସାବରେ ତାଙ୍କର ପ୍ରାଖ୍ୟାତି ରହିଥିଲା।ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ୟକ୍ଷ ରୂପେ କାମ କରିଛନ୍ତି ସେ। ତିନି ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।ସମାଜ ସେବା କ୍ଷେତ୍ରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ବଳିଷ୍ଠ ଅବଦାନ ରହିଥିଲା ।ଭାରତକୁ ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ୱ କରିଆସିଛନ୍ତି ।ନିଜ ଜୀବନ କାଳ ଭିତରେ ଯେଉଁ ସମାଜକୁ ବାର୍ତ୍ତା ଦେଲା ଭଳି ଅନେକ ଦୃଷ୍ଟାନ୍ତମୂଳକ କାମ କରି ପ୍ରଶଂସିତ ହୋଇଛନ୍ତି ମୁରଲୀଧର।ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଖବର ଜାଣିବା ପରେ ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ ରଘୁବର ଦାଶ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମୁରଲୀଧରଙ୍କ ଅନୁପସ୍ଥିତିରେ ଶୋକ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.