thelifelinemedia
Latest Odisha News, Breaking News Today

ରଣେନ୍ଦ୍ର ପ୍ରତାପ ହେଲେ କାମଚଳା ବାଚସ୍ପତି..ଶପଥ ପାଠ କରାଇଲେ ରାଜ୍ୟପାଳ

ଭୁବନେଶ୍ୱର:କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।ରାଜ୍ୟପାଳ ରଘୁବାର ଦାସ ଶପଥ ପାଠ କରାଇଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତରେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆସନ୍ତା ୧୮ ଓ ୧୯ତାରିଖରେ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ୮ଥରର ବିଧାୟକ ହେଉଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆସନ୍ତା ଜୁନ ୨୦ରେ ହେବ ବାଚସ୍ପତି ନିର୍ବାଚନ।ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତି କରଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ ରଣେନ୍ଦ୍ର।ସେହିଦିନ ବାଚସ୍ପତି ନିର୍ବାଚନ ହେବ। ଚର୍ଚ୍ଚା ହେଉଛି ଏଥର ଜଣେ ମହିଳାଙ୍କୁ ବାଚସ୍ପତି କରିପାରେ ବିଜେପି। ବିଜେଡି ସରକାରରେ ପ୍ରମିଳା ମଲ୍ଲିକ ବାଚସ୍ପତି ଥିଲେ। ବିଜେପି ସରକାରରେ ସୁରମା ପଢୀଙ୍କୁ ଏହି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।ତେବେ ଏଇ ଚର୍ଚ୍ଚାକୁ ନେଇ ସୁରମା କହିଛନ୍ତି ଚର୍ଚ୍ଚା ତ ଅନେକ କଥା ହୁଏ । ଚର୍ଚ୍ଚାକୁ ନେଇ କିଛି କୁହାଯାଇ ପାରିବ ନାହିଁ । ରାଜନୀତିରେ ଯଦି, କିନ୍ତୁର ସ୍ଥାନ ନ ଥାଏ, ଯାହା ହେବା କଥା ସ୍ପଷ୍ଟ କଥାରେ ହୋଇଥାଏ । ଆଶା ଥିଲା, ଲୋକଙ୍କ ସେବା କରିବା । ରଣପୁର ବାସୀଙ୍କ ସେବା କରିବା । ମୁଁ ନିର୍ବାଚିତ ହୋଇଛି । ମୋ ସହ ବିଜେପିର ସରକାର ପାଇଁ ଭଗବାନଙ୍କ ଆଶିଷ ମିଳିଛି ।ଆଗକୁ ଯାହା ଦାୟିତ୍ୱ ମିଳିବ ତାକୁ ସୁଚାରୁ ରୂପେ ସମ୍ପାଦନ କରିବି ବୋଲି ସୁରମା କହିଛନ୍ତି।

Leave A Reply

Your email address will not be published.