thelifelinemedia
Latest Odisha News, Breaking News Today

ଖୋଲିଲା ଶ୍ରୀ ମନ୍ଦିର ଚାରି ଦ୍ୱାର…କଥା ରଖିଲା ବିଜେପି ସରକାର

ପୁରୀ: ଖୋଲିଲା ଶ୍ରୀ ମନ୍ଦିର ଚାରିଦ୍ୱାର। ସବୁ ପ୍ରତୀକ୍ଷାର ହେଲା ଅନ୍ତ। କଥା ରଖିଲା ବିଜେପି ସରକାର। ନିର୍ବାଚନୀ ପ୍ରତିଶୃତି ପୂରଣ କଲା ମୋହନ ସରକାର।ଶ୍ରୀମନ୍ଦିରରେ ବନ୍ଦ ରହିଥିବା ଦ୍ୱାର ଖୋଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ କେଭି ସିଂ ଦେଓ, ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିଛି।ଏଣିକି ଭକ୍ତ ଶ୍ରଦ୍ଧାଳୁ ଯେ କୌଣସି ଦ୍ୱାର ଦେଇ ମନ୍ଦିର ଭିତରକୁ ଯାଇପାରିବେ।ପୂର୍ବରୁ ବହୁ ବରିଷ୍ଠ ବ୍ୟକ୍ତିଙ୍କ ସମେତ ବିଭିନ୍ନ ସଂଗଠନ ସବୁ ଦ୍ୱାର ଖୋଲିବା ନେଇ ଦାବି ରଖିଥିଲେ। ବିଜେପି ଏହାକୁ ନିର୍ବାଚନୀ ଇସ୍ତାହାରରେ ରଖିଥିଲା।ଏବେ ତାକୁ କାର୍ଯ୍ୟକାରୀ କରିଛି।
ଲୋକଙ୍କ ଭାବାବେଗ ଏବଂ ଆଧ୍ୟାତ୍ମିକତାବାଦକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିଜେପି ସରକାର କରିଛି। ଭୋରରେ ମଙ୍ଗଳ ଆଳତି ପରେ ଆଧ୍ୟାତ୍ମିକ ପରିବେଶରେ ଚାରି ଦ୍ୱାର ଖୋଲାଯାଇଛି। ବିଜେପି ସରକାରର ପ୍ରଥମ ନୀତିଗତ ନିଷ୍ପତ୍ତିରେ ଖୁସି ହୋଇଛନ୍ତି ଓଡିଶାବାସୀ। ଯାହା ନିର୍ବାଚନୀ ପ୍ରତିଶ୍ରୁତି ଥିଲା, ଯାହା କମିଟିମେଣ୍ଟ ଥିଲା ତାକୁ ପୂରଣ କରିଛି ବିଜେପି। ସେହିପରି ଶ୍ରୀ ମନ୍ଦିର ରକ୍ଷଣା ବେକ୍ଷଣ ପାଇଁ କର୍ପସ ଫଣ୍ଡ କରାଯିବ ଯେଉଁଥିରେ ୫୦୦କୋଟି ଟଙ୍କା ମଂଜୁର ହେଵ। ଏହି ତାଙ୍କ ଶ୍ରୀ ମନ୍ଦିର ପରିଚାଳନା, ମରାମତି ସୌନ୍ଦର୍ଯ୍ୟ କାମରେ ବିନିଯୋଗ ହେବ।

Leave A Reply

Your email address will not be published.