thelifelinemedia
Latest Odisha News, Breaking News Today

୧୯ରେ ବଙ୍ଗୋପସାଗରରେ ସୃଷ୍ଟିହେବ ଲଘୁଚାପ; ୧୮ରୁ ୨୦ ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ ମିଆଁମାର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ବାୟୁମଣ୍ଡଳରେ ୫.୮ କିଲୋମିଟର ଯାଏଁ ଗୋଟିଏ ଘୂର୍ଣ୍ଣି ବଳୟ ସକ୍ରିୟ ରହିଛି ଏହାର ପ୍ରଭାବରେ ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଅଗଷ୍ଟ ୧୮ ତାରିଖରୁ ବର୍ଷାର ବିସ୍ତୃତି ବଢିବ ଏବଂ ୧୯ ଏବଂ ୨୦ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢିବ। ୧୯ରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ଜାରି ରହିବ। ଆସନ୍ତାକାଲି ଠାରୁ ବର୍ଷା ଆରମ୍ଭ ହେଇଯିବ। ୨୦ ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ।

୨୧ ତାରିଖରେ ବର୍ଷା କମିଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଗଷ୍ଟ ୧୮ ତାରିଖରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାର କରା ଯାଇଥିବା ବେଳେ ଅଗଷ୍ଟ ୧୯ ଏବଂ ୨୦ ତାରିଖରେ ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରା ଯାଇଥିବା ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Leave A Reply

Your email address will not be published.