ଦିଲ୍ଲୀ କରୋନା ଭୟ: ୧୪ ଦିନର ଦୁଇଗୁଣ ବଢିଲା ଡାକ୍ତରଖାନା ଆଡ୍ମିଶନ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀରେ ପୁଣି ମାତୁଛି କରୋନା। ୧୪ ଦିନରେ ଦିଲ୍ଲୀରେ ଡାକ୍ତରଖାନାରେ ଆଡ୍ମିଶନ ସଂଖ୍ୟା ଦୁଇଗୁଣ ହୋଇଛି। ସେହିପରି ମୃତ୍ୟ ସଂଖ୍ୟାରେ ଚିନ୍ତାଜନକ ବୃଦ୍ଧି ଦେଖିବାକୁ ମିଳିଛି। ଅଗଷ୍ଟ ୧ ତାରିଖ ଠାରୁ ଏପର୍ଯ୍ୟନ୍ତ ହସ୍ପିଟାଲ୍ ଆଡମିସନ ଓ ଆଇସିୟୁରେ ଭର୍ତ୍ତି ସଂଖ୍ୟା ଦୁଇଗୁଣ ହୋଇଛି। ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଅଗଷ୍ଟ ୧ ତାରିଖରେ ୩୦୭ ରୋଗୀ ଡାକ୍ତରଖାନାରେ ଅଡ୍ମିସନ ଥିଲା। ହେଲେ ଏବେ ଏହି ସଂଖ୍ୟା ୫୮୮ ହୋଇଥିବା ବେଳେ ସେଥିମଧ୍ୟରୁ ୨୦୫ ଅକ୍ସିଜେନ୍ ସପୋର୍ଟରେ ରହିଥଇବା ବେଳେ ୨୨ ଭେଣ୍ଟିଲେଟରରେ ଅଛନ୍ତି। ଅଗଷ୍ଟରେ ଆସିୟୁ ଆଡ୍ମିଶନ୯୮ ଥିବା ବେଳେ ଅଗଷ୍ଟ ୧୬ ସଂଖ୍ୟା ବଢ଼ି ୨୦୨ ହୋଇଛି।