ଦ୍ବିତୀୟ ଦିନରେ ହୀରାକୁଦ ଡ୍ୟାମ୍ରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଦ୍ବିତୀୟ ଦିନରେ ୪୦ଟି ସ୍ଲୁଇସ୍ ଗେଟ ମାଧ୍ୟରେ ଜଳ ନିଷ୍କାସନ ଜାରି ରହିଛି। ଗତକାଲି ସନ୍ଧ୍ୟା ପରଠାରୁ ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯିବା ଫଳରେ ମହାନଦୀର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ଦୁର୍ଦ୍ଦଶା ହ୍ରାସ ପାଇପାରି ନାହିଁ। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୨୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୧୨ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି।
ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି। ବିଶେଷ ଭାବେ ମହାନଦୀରୁ ବାହାରିଥିବା ଶାଖାନଦୀଗୁଡ଼ିକ ତଳିଆ ଅଞ୍ଚଳ ପାଇଁ ଚିନ୍ତାର କାରଣ ପାଲଟିଛି। କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଳାର ବିଭିନ୍ନ ସ୍ଥାନରେ ଜଳମଗ୍ନ ହୋଇଛି।