thelifelinemedia
Latest Odisha News, Breaking News Today

ହାଇଦ୍ରାବାଦ କେବଳ ତେଲେଙ୍ଗାନା ରାଜଧାନୀ, ୧୦ବର୍ଷ ପାଇଁ ଯୁଗ୍ମ ରାଜଧାନୀ ରହିବାର କଣ୍ଟ ପୁରିଲା… ଆନ୍ଧ୍ରର ନାହିଁ କୌଣସି ରାଜଧାନୀ

ନୂଆଦିଲ୍ଲୀ:ଦୁଇ ରାଜ୍ୟର ରାଜଧାନୀ ଥିବା ହାଇଦ୍ରାବାଦ ଏବେ କେବଳ ଗୋଟିଏ ରାଜ୍ୟର ରାଜଧାନୀ।ଆଜି ଠାରୁ ଆଉ ହାଇଦ୍ରାବାଦ ସଂଯୁକ୍ତ ରାଜଧାନୀ ଭାବେ ପରିଚିତ ହେବ ନାହିଁ।ଦେଶର ସବୁଠାରୁ ବ୍ୟସ୍ତବହୁଳ ସହର ମଧ୍ୟରୁ ହାଇଦ୍ରାବାଦ ଆଉ ଦୁଇ ରାଜ୍ୟର ରାଜଧାନୀ ନୁହେଁ। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ, ୨୦୧୪ ଅନୁଯାୟୀ, ରବିବାର ଠାରୁ ହାଇଦ୍ରାବାଦ ବର୍ତ୍ତମାନ କେବଳ ତେଲେଙ୍ଗାନାର ରାଜଧାନୀ ହୋଇଛି। ୧୦ବର୍ଷ ଧରି ଯୁଗ୍ମ ରାଜଧାନୀ ଭାବେ ପରିଚିତ ପାଇ ଆସୁଥିଲା ହାଇଦ୍ରାବାଦ। ଏବେ କିନ୍ତୁ କେବଳ ତେଲେଙ୍ଗାନା ରାଜଧାନୀ ଭାବେ ପରିଚୟ ପାଇଛି।
୨ ଜୁନ୍ ୨୦୧୪ରେ ଆନ୍ଧ୍ରପ୍ରଦେଶର ବିଭାଜନ ପରେ ତେଲେଙ୍ଗାନା ରାଜ୍ୟ ଗଠନ ହୋଇଥିଲା। ହାଇଦ୍ରାବାଦ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟର ରାଜଧାନୀ ହୋଇ ରହିଲା। ଆନ୍ଧ୍ରପ୍ରଦେଶର ପୁନର୍ଗଠନ ଅନୁଯାୟୀ, ହାଇଦ୍ରାବାଦ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଉଭୟ ରାଜ୍ୟର ରାଜଧାନୀ ରହିପାରିବ ନାହିଁ। ଏବେ ଆନ୍ଧ୍ରପ୍ରଦେଶର ରାଜଧାନୀ ନାହିଁ। ଆନ୍ଧ୍ରର ରାଜଧାନୀ ଭାଇଜାଗ ରହିବ ନା ଆମରାବତୀ ହେବ ତାକୁ ନେଇ ଦ୍ଵନ୍ଦ ଉପୁଜିଛି। ଜଗନ ମୋହନ ରେଡ୍ଡୀ କହିଛନ୍ତି ଯଦି ସେ ପୁଣି ଥରେ କ୍ଷମତାକୁ ଆସିବେ ତା ହେଲେସେ ପ୍ରଶାସନିକ ଭାବେ ଭାଇଜାଗକୁ ରାଜଧାନୀର ମାନ୍ୟତା ଦେବେ ଏବଂ ଆମରବତୀକୁ ବ୍ୟବସ୍ଥାପକ ରାଜଧାନୀ କରିବେ। ବର୍ତ୍ତମାନ ହାଇଦ୍ରାବାଦ କେବଳ ତେଲେଙ୍ଗାନା ରାଜଧାନୀ ଥିବାରୁ ଆନ୍ଧ୍ରକୁ ଯୋଗାଇ ଦିଆଯାଇଥିବା ସମସ୍ତ ବିଲଡିଂକୁ ଦଖଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ତାଙ୍କ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.