thelifelinemedia
Latest Odisha News, Breaking News Today

ବିଜେପିକୁ ନବୀନଙ୍କ `ଏଆଇ’ ଆଟାକ୍, ଏଆଇ ଭିଡିଓ ପ୍ରସଙ୍ଗରେ ବିରୋଧୀଙ୍କୁ ଶବ୍ଦ ତୀର ମାରିଛନ୍ତି ନବୀନ

ଭୁବନେଶ୍ୱର:ବିଜେପିକୁ ଶବ୍ଦ ତୀର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ଏଆଇ ଭିଡିଓ ପ୍ରସଙ୍ଗରେ ବିଜେପିର ବୁଦ୍ଧିମତାକୁ ତାଚ୍ଛଲ୍ଯ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।ଏଆଇ ବ୍ଯବହାର କରି ଭିଡିଓ ପ୍ରସ୍ତୁତ କରିବା ଖବରକୁ ବାଏଁ ବାଏଁ ଉଡାଇବା ସହିତ ନବୀନ ଦେଇଛନ୍ତି ମୁହଁତୋଡ ଜବାବ ।ବିରୋଧୀ ଅଭିଯୋଗ ଆଣୁଥିଲେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାରେ ନିଜେ ମୁଖ୍ୟମନ୍ତ୍ରୀ କିଛି କହୁନାହାନ୍ତି।କିନ୍ତୁ ନବୀନ ଆଜି ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି।ନବୀନଙ୍କ ଏହି ଭିଡିଓଙ୍କୁ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିଜ ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି।ପାଣ୍ଡିଆନ ନବୀନଙ୍କୁ ପଚାରୁଛନ୍ତି ଆପଣଙ୍କ ଭିଡିଓ ବାର୍ତ୍ତାରେ ଏଆଇର ବ୍ୟବହାର ହେଉଛି ବୋଲି ବିରୋଧୀ କହୁଛନ୍ତି।ଉତ୍ତରରେ ନବୀନ କହୁଛନ୍ତି ଭଲ କଥା, ବିଜେପି ନିଜେ ଇଣ୍ଡିଲିଜେନ୍ସ ବ୍ୟବହାର କରୁବୋଲି ନବୀନ କହିଛନ୍ତି।

 

ପୂର୍ବରୁ ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନବୀନଙ୍କ ଭିଡ଼ିଓ ତାଙ୍କର ନୁହେଁ ବୋଲି କହିଥିଲେ।ନବୀନ ଭିଡିଓ ବାର୍ତ୍ତା ଫେକ ବୋଲି ଅଭିଯୋଗ ଆଣିଥିଲେ ବୈଜୟନ୍ତ।ଏଆଇ ଦ୍ୱାରା ନବୀନଙ୍କ ଭିଡିଓ କରାଯାଇ ବିଜେଡି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବୈଜୟନ୍ତ ପ୍ରେସ ମିଟ ଜରିଆରେ ଏଭଳି ଅଭିଯୋଗ ଆଣିଥିଲେ।ନବୀନଙ୍କର ଅଧିକାଂଶ ଭିଡିଓ ଡିପଫେକ୍ ।ଏହାକୁ ଏଆଇ ଦ୍ୱାରା କରାଯାଉଛି । ଏହାର ଜବାବ ଦେଇ ଆଜି ବୈଜୟନ୍ତଙ୍କ ମୁହଁ ବନ୍ଦ କରିବା ସହ ବିଜେପିର ବୁଦ୍ଧିମତ୍ତାକୁ ତାତ୍ସଲ୍ଯ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।ବିଜେପି ନିଜ ବୁଦ୍ଧିମତା ଭଲରେ ବ୍ୟବହାର କରୁ ବୋଲି ନବୀନ ଶାଣିତ ଜବାବ ଦେଇଛନ୍ତି।

Leave A Reply

Your email address will not be published.