thelifelinemedia
Latest Odisha News, Breaking News Today

ଆଇପିଏଲ ଫାଇନାଲରେ କୋଲକାତା, ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଦଳର ସହଜ ବିଜୟ

ବ୍ୟୁରୋ :ଆଇପିଏଲର ୧୭ତମ ସଂସ୍କରଣରେ କେକେଆର ଖାତାକୁ ଗଲା ଫାଇନାଲ ଟିକେଟ।ସନ ରାଇଜର୍ସ ହାଇଦ୍ରାବାଦକୁ ହରାଇ କୋଲକାତା ନାଇଟ ରାଇଡର୍ସ ଫାଇନାଲରେ ପହଁଚିଛି।ଚଳିତ ଆଇପିଏଲରେ ପ୍ରଥମ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ ରାଇଡର୍ସ ।ସେମିଫାଇନାଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ପରାସ୍ତ କରି ଫାଇନାଲ ଟିକେଟ ହାତେଇଛି ଶ୍ରେୟସ ଆୟାର ନେତୃତ୍ୱାଧୀନ ଟିମ୍।ଅହମଦାବାଦର ନିରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା ପ୍ରଥମ କ୍ୱାଲିଫାୟାର ମ୍ୟାଚ।ହାଇଦ୍ରାବାଦ ଅଧିନାୟକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।କିନ୍ତୁ ବ୍ୟାଟିଂ ପାୱାର ହାଉସ ଭାବେ ପରିଚିତ ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଥିଲା ।ହାଇଦ୍ରାବାଦର ଦୁଇ ଷ୍ଟାର ଓପନର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଫେଲ ମାରିଥିଲେ ।ଚଳିତ ସଂସ୍କରଣରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଦଳର ବିଜୟରେ ମୂଖ୍ୟ କାରଣ ସାଜୁଥିଲା ।ଟ୍ରେଭିସ ହେଡ ଖାତା ଖୋଲି ନ ପାରି ଓ ଅଭିଷେକ ଶର୍ମା ୩ ରନ କରି ଆଉଟ ହୋଇଥିଲେ ।

୨୦୨୧ ପରେ ପୁଣି ଥରେ ଫାଇନାଲକୁ ଯାଇଛି କୋଲକାତା ।୨୦୨୧ ଫାଇନାଲରେ ଚେନ୍ନାଇଠାରୁ ପରାସ୍ତ ହୋଇଥିଲା କୋଲକାତା । ସେପଟେ ଫାଇନାଲକୁ ଯିବା ପାଇଁ ହାଇଦ୍ରାବାଦ ପାଖରେ ଆଉ ଏକ ସୁଯୋଗ ରହିଛି ।

Leave A Reply

Your email address will not be published.