thelifelinemedia
Latest Odisha News, Breaking News Today

କ୍ଷମା ପ୍ରାର୍ଥନା କଲେ ସମ୍ବିତ: କହିଲେ ଅଜାଣତରେ ହୋଇଥିଲା ଭୁଲ, ତିନିଦିନ ଉପାସରେ ରହିବି

ପୁରୀ : ଚାରିଆଡୁ ନିନ୍ଦିତ ହେବା ପରେ ଶେଷରେ ନିଜ ଭୁଲ ମାନିଛନ୍ତି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ସେ କହିଥିଲେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ଏହା ପରେ ତାଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମ୍ବିତ ପାତ୍ରଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡ଼ିଆରେ ତୀବ୍ର ନିନ୍ଦା କରିଥିଲେ।ସେହିପରି ଏହି ଘଟଣାକୁ ନିନ୍ଦା କରିବା ସହ ମହାପ୍ରଭୁ ଙ୍କ ନିକଟରେ ଭୁଲ ମାଗନ୍ତୁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି l ଏଥିସହ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ବିଭିନ୍ନ ଜିଲ୍ଲା ଓ ପଞ୍ଚାୟତ ସ୍ତରରେ ବିରୋଧ ପଦର୍ଶନ କରାଯିବ lଅଲ ଇଣ୍ଡିଆ କଂଗ୍ରେସ ମିଡ଼ିଆ ଓ ପବ୍ଲିକସିଟି ଚେୟାରମ୍ୟାନ ପୱନ ଖେରା ଆଜି ପୁରୀ ଗସ୍ତ ରେ ଆସି ମହାପ୍ରଭୁ ଙ୍କୁ ଦର୍ଶନ କରିଛନ୍ତି l ପୱନ ଖେରା ଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ପୁରୀ କଂଗ୍ରେସ ସାଂସଦ ପ୍ରାଥୀ ଜୟୀନାରାୟଣ ପଟ୍ଟନାୟକ ଓ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ l ତେବେ ମହାପ୍ରଭୁ ଙ୍କ ଦର୍ଶନ ସାରି ଗଣମାଧ୍ୟମ କୁ ପ୍ରତିକ୍ରିୟା ରଖିଛନ୍ତି l ପୁରୀ ବିଜେପି ସାଂସଦ ପ୍ରାଥୀ ସମ୍ବିତ ପାତ୍ର ଙ୍କ ଜଗନ୍ନାଥ ଙ୍କୁ ନେଇ ବିବାଦୀୟ ବୟାନ କୁ ନିନ୍ଦା କରିବା ସହ ତାଙ୍କୁ ଦଳରୁ ବହିଷ୍କାର କରିବାଲାଗି କଂଗ୍ରେସ ନେତା ପୱନ ଖେରା ମୋଦିଙ୍କୁ ଚାଲେଞ୍ଜ କରିଛନ୍ତି l ମହାପ୍ରଭୁ ହେଉଛନ୍ତି କୋଟି କୋଟି ସନାତନୀଙ୍କ ଆରାଧ୍ୟ୍ୟ ତାଙ୍କୁ ଏପରି ଆକ୍ଷେପ କରିବା ସମସ୍ତ ସନାତନୀଙ୍କୁ ଆଘାତ ଦେଇଛି l ତୁରନ୍ତ ମୋଦି ଜି ସମ୍ବିତ ପାତ୍ରଙ୍କୁ ବହିଷ୍କାର କରିବା ଲାଗି ପୱନ ଖେରା କହିଥିବା ବେଳେ ଏହାର ଜବାବ ଆଗାମୀ ଦିନ ରେ ଜନତା ଦେବେ l ମହାପ୍ରଭୁଙ୍କୁ ନେଇ ରାଜନୀତି ବିଜେପି ଦଳକୁ ଭାରି ପଡିବ ବୋଲି ପତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ପୱନ ଖେରା।

ସେପଟେ ନିଜ ଭୁଲ ମାନିଛନ୍ତି ସମ୍ବିତ। କହିଛନ୍ତି ଅଜାଣତରେ ପାଟିରୁ ବାହାରି ଯାଇଛି। ଅଜାଣତରେ ହୋଇଥିବା ଭୁଲ ମହାପ୍ରଭୁ କ୍ଷମା କରିଦିଅନ୍ତି। ମୁଁ ଜଗନ୍ନାଥଙ୍କ ଚରଣରେ କ୍ଷମା ମାଗୁଛି ଏହା ସହିତ ତିନି ଦିନ ଉପାସ ରହିବି ବୋଲି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର କହିଛନ୍ତି।

Leave A Reply

Your email address will not be published.