thelifelinemedia
Latest Odisha News, Breaking News Today

ମୁଖ୍ୟମନ୍ତ୍ରୀ ହେବେନି, ପଛରେ ରହି ନବୀନଙ୍କୁ ସହଯୋଗ କରିବି କହିଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର:ମୁଁ ରାଜନୀତି ଶିଖିନି। ମୋତେ ରାଜନୀତି ଆସେନି। ଲୋକଙ୍କ ସେବା କରିବାକୁ ଆସିଛି।ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ମୁଁ ତାଙ୍କୁ ସହଯୋଗ କରି ଆସିଛି ବୋଲି ଏଏନଆଇକୁ ସାକ୍ଷାତକାର ଦେବା ବେଳେ କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଗାମୀ ସମୟରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବେ କି ପ୍ରଶ୍ନର ଉତ୍ତର ରଖିଛନ୍ତି ବିଜେଡିର ଏଇ ବରିଷ୍ଠ ନେତା।କହିଛନ୍ତି ମୁଁ କେବେ ରାଜନୀତିରେ ଅଭିଳାଷ ରଖିନି। ରାଜନୀତି ମୋତେଜଣା ନାହିଁ। କେବଳ ମୁଖ୍ୟମନ୍ତ୍ରୀଙ୍କୁ ନିରନ୍ତର ଭାବେ ସହଯୋଗ କରିବାକୁ ରାଜନୀତିକୁ ଆସିଛି।ଚଳିତ ନିର୍ବାଚନରେ ବିଜେଡିର ପ୍ରଚାର ମଙ୍ଗ ଏକପ୍ରକାର ସମ୍ଭାଳିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିଲାଗି ବିରୋଧୀ ଦଳ ପକ୍ଷରୁ ତାଙ୍କୁ ପ୍ରାୟତଃ ଟାର୍ଗେଟ କରାଯାଉଛି। ଅନେକେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ବୋଲି କହୁଛନ୍ତି। କିନ୍ତୁ ଏ ସବୁ କଥାରେ ପୂର୍ଣ୍ଣଛେଦ ଟାଣିଛନ୍ତି ପାଣ୍ଡିଆନ।

ଏଏନ୍‌ଆଇକୁ ଦେଇଥିବା ସାକ୍ଷାତକାରରେ ପାଣ୍ଡିଆନ କହିଛନ୍ତି, ମୁଁ କେବଳ ଜଣେ ସୈନିକ ଭାବେ ନବୀନ ବାବୁଙ୍କୁ ସାହାଯ୍ୟ କରୁଛି। ବିଜୁ ବାବୁ କେବେ ବି ନବୀନ ବାବୁଙ୍କୁ ରାଜନୀତି ପାଠ ଶିଖାଇ ନ ଥିଲେ, କିମ୍ବା ତାଙ୍କୁ ପ୍ରସ୍ତୁତ କରି ନ ଥିଲେ। ନବୀନ ବାବୁ ବି କାହାକୁ ତାଙ୍କ ପଦାକୁ ଅନୁସରଣ କରିବାକୁ ଦେବେ ନାହିଁ। ରାଜନୀତିରେ ନିଜେ ନିଜକୁ ତିଆରି କରାଯାଇଥାଏ। ଓଡ଼ିଶାବାସୀଙ୍କ ପାଇଁ ଯାହା ଭଲ ତାହା ଓଡ଼ିଶାର ଲୋକେ ସ୍ଥିର କରିବେ ବୋଲି ସେ କହିଛନ୍ତି। ତା ସହିତ ସାକ୍ଷାତକାରରେ ପାଣ୍ଡିଆନ ବିଜେପିକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି। କହିଛନ୍ତି ବିଜେପି ସବୁବେଳେ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରିଆସୁଛି । ପ୍ରଭୁ ଜଗନ୍ନାଥ ଓଡିଆ ଅସ୍ମିତାର ପ୍ରତୀକ ।ମୁଖ୍ଯମନ୍ତ୍ରୀ ସବୁବେଳେ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିଆସିଛନ୍ତି । ଭଗବାନ ଅମର ଓ ମଣିଷ ମରଣଶୀଳ ଏମାନଙ୍କର ମିଶ୍ରଣ ହୋଇପାରିବନି ବୋଲି କହିଛନ୍ତି । ସମ୍ବିତ ପାତ୍ରଙ୍କ ମନ୍ତବ୍ଯକୁ ନେଇ ମୁଖ୍ଯମନ୍ତ୍ରୀ ମର୍ମାହତ । ପ୍ରଭୁ ଜଗନ୍ନାଥଙ୍କୁ ରାଜନୀତିକୁ ଟାଣିବା ନେଇ ମୁଖ୍ଯମନ୍ତ୍ରୀ ବେଶ ଦୁଃଖିତ ବୋଲି କହିଛନ୍ତି ପାଣ୍ଡିଆନ ।

ଓଡିଶାବାସୀ ମଧ୍ଯ ଜଗନ୍ନାଥଙ୍କୁ ନିର୍ବାଚନକୁ ଟାଣିବାକୁ ପସନ୍ଦ କରନ୍ତିନି । ଏମିତି ଘଟଣା ବିଜେପି ପକ୍ଷରୁ ପ୍ରଥମ ଘଟଣା ନୁହେଁ ।୨୦୧୯ ପଞ୍ଚାୟତ ନିର୍ବାଚନରେ ଏପରି କିଛି ପ୍ରସଙ୍ଗ ଉଠାଇଥିଲେ ବିଜେପି ନେତା । ଏପରି ବିବାଦୀୟ ମନ୍ତବ୍ଯ ଦେଇ ରାଜନୀତି କରିଆସୁଛି ବିଜେପି ।ଏପରି ପ୍ରସଙ୍ଗ ଉଠାଇ ବିଜେପି ବିଜେଡି ଓ ମୁଖ୍ଯମନ୍ତ୍ରୀଙ୍କୁ ରୋକିବାକୁ ଚେଷ୍ଟା କରିଆସୁଛି । ଏହା ବିଜେପିର ରାଜନୈତିକ ରଣନୀତି ରହିଆସିଛି ବୋଲି କହି ସମାଲୋଚନା କରିଛନ୍ତି ପାଣ୍ଡିଆନ ।

Leave A Reply

Your email address will not be published.