ବାତ୍ୟା ନୁହେଁ ତୀବ୍ର ଅବପାତ ହେବ ଲଘୁଚାପ, ଓଡିଶା ଉପରେ ନାହିଁ ବିଶେଷ ପ୍ରଭାବ
ଭୁବନେଶ୍ୱର:ବାତ୍ୟା ଆଶଙ୍କା ଟଳିଛି। ବାତ୍ୟା ନୁହେଁ ଲଘୁଚାପ ତୀବ୍ର ଅବପାତ ହୋଇ ମିଆଁମାର ଆଡକୁ ମୁହାଁଇ ପାରେ ବୋଲି କିଛି ପାଣିପାଗ ମଡେଲ ଆକଳନ କରିଛନ୍ତି। ଓଡିଶା ଉପରେ କୌଣସି ପ୍ରଭାବ ବା ବର୍ଷା ନାହିଁ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି। ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି।ଆସନ୍ତା ୨୨ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ସହ ଅଧିକ ସକ୍ରିୟ ହେବ। ଏହା ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବ।ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ।କିନ୍ତୁ ବାତ୍ୟାକୁ ନେଇ କୌଣସି ଆକଳନ କରିନଥିଲା ଭାରତୀୟ ପାଣିପାଗ ବିଭାଗ।
ତେବେ ଲଘୁଚାପ ସୃଷ୍ଟି ପରେ ଏହି ସିଷ୍ଟମ କୋଉ ଦିଗରେ ଗତି କରିବ ତାହା ଜଣାପଡିବ ବୋଲି ବିଶେଷଜ୍ଞ କହୁଛନ୍ତି।