thelifelinemedia
Latest Odisha News, Breaking News Today

ଶୋକରେ ବୁଡିଛି ଇରାନ, ରାଷ୍ଟ୍ରପତି ଇବ୍ରାହିମଙ୍କ ମୃତ୍ୟୁ ପରେ ଶୋକ ପାଳୁଛି ଇରାନ

ତେହେରାନ:ଶୋକରେ ବୁଡିଛି ଇରାନ।ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି।ଇରାନର ବିଦେଶ ମନ୍ତ୍ରୀଙ୍କ ସମେତ ୯ଜଣଙ୍କର ମୃତ୍ୟୁ ପରେ ଇରାନବାସୀ ଶୋକ ସାଗରରେ ବୁଡିକି ରହିଛନ୍ତି।ମୃତ୍ୟୁ ବେଳକୁ ଇବ୍ରାହିମ ରଇସିଙ୍କୁ ୬୩ବର୍ଷ ବୟସ ହୋଇଥିଲା।ଇରାନ ରାଜନୀତିରେ ‌ସେ ଜଣେ କଟ୍ଟରବାଦୀ ଭାବେ ପରିଚିତ ଥିଲେ।ସେ ତାଙ୍କ ବିରୋଧୀଙ୍କୁ ଦମନ କରିବାରେ ସଫଳ ହୋଇଥିଲେ।କୁହାଯାଉଛି ତାଙ୍କ ଯୋଗୁଁ ୩୦ ହଜାରରୁ ଅଧିକ ବିରୋଧୀଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା।ସରକାରୀ ଭାବେ ଏହା ୫ ହଜାର ବୋଲି କୁହାଯାଉଛି।୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ଇବ୍ରାହିମ ପପୁଲାର ଫ୍ରଣ୍ଟ ଅଫ୍ ଇସଲାମିକ ରିଭଲ୍ୟୁସନ ଫୋର୍ସେସର ରାଷ୍ଟ୍ରପତି ପାର୍ଥୀ ହୋଇଥିଲେ।କିନ୍ତୁ ରୋହାନିଙ୍କ ଠାରୁ ନିର୍ବାଚନରେ ହାରି ‌ଯାଇଥିଲେ।୨୦୨୧ରେ ସେ ପୁଣି ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୨୧ ଅଗଷ୍ଟ ୩ରେ ରାଷ୍ଟ୍ରପତି ନିଯୁକ୍ତ ହୋଇଥିଲେ।

ସାରା ବିଶ୍ୱରେ ଇବ୍ରାହିମଙ୍କ ମୃତ୍ୟୁକୁ ନେଇ ଶୋକ ପାଳନ ହେଉଛି। ବିଶ୍ୱ ସ୍ତରୀୟ ନେତାମାନେ ଶୋକବାର୍ତ୍ତା ଦେଇଛନ୍ତି। ଭାରତରେ ମଧ୍ୟ ଆଜି ଦିନିକିଆ ଶୋକ ପାଳନ କରାଯାଉଛି।ଅନ୍ୟପଟେ ରାଷ୍ଟ୍ରପତି ଯାତ୍ରା କରୁଥିବା ହେଲିକପ୍ଟର କ୍ରାସ ହେବା ଦୁର୍ଘଟଣା ଜନିତ ନା ଏହା ପଛରେ ଷଡଯନ୍ତ୍ର ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି ।ମାମଲାରେ ଯାଞ୍ଚ ପାଇଁ ଇରାନ ପକ୍ଷରୁ ଉଚ୍ଚ ପଦାଧିକାରୀଙ୍କୁ ନେଇ ଏକ ଦଳ ଗଠନ କରାଯାଇଛି।ସଶସ୍ତ୍ର ବାହିନୀର ମୁଖ୍ୟ ମେଜର ଜେନେରାଲ ମହମ୍ମଦ ବାଗେରି ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ଦେଇଛନ୍ତି ।ବ୍ରିଗେଡିଆ ଅଲ୍ଲୀ ଅବଦୁଲ୍ଲାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ପଠାଯାଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.