ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସଜାଗ ପୋଲିସ ପ୍ରଶାସନ, ଆଇନଶୃଙ୍ଖଳା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି ଓଡିଶା ପୋଲିସ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଆଇନ ଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଥିବା କଥା କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ।ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ, ଆସ୍କା, କନ୍ଧମାଳ ୫ଟି ଲୋକସଭା ଓ ୩୫ ଟି ବିଧାନସଭା ପାଇଁ ଭୋଟ ହେବ। ପୋଲିସ ଡିଜି କହିଛନ୍ତି
ଏହା ପୂର୍ବରୁ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଖଲ୍ଲିକୋଟ ମର୍ଡର କେସରେ ୧୧ ଅଭିଯୁକ୍ତ ଗିରଫ ହୋଇଛନ୍ତି ।SIT ଏହି ଘଟଣାର ତଦନ୍ତ ଦାୟିତ୍ୱ ନେଇଛି ।ଆଇନଶୃଙ୍ଖଳା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖା ଯାଇଛି ବୋଲି ପୋଲିସ ଡିଜି କହିଛନ୍ତି।ସାରା ରାଜ୍ୟରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି ।୧୧ ଟି ଜିଲ୍ଲାରେ ଥିବା ୯ ହଜାର ୧୬୨ ପୁଲିଂ ବୁଥରେ ମତଦାନ ହେବ।ଏହା ମଧ୍ୟରେ ୫୫୬ ଟି ମାଓବାଦୀ ଇଲାକା ଭିତରେ ସମ୍ବେଦନଶୀଳ ବୁଥ ରହିଛି ।୩୩ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ।ଏହି ୧୧ ଟି ଜିଲ୍ଲାରେ ୬ ଶହ ୫୫ ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି ।ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମ କୁ ମନିଟର କରିବ ପେଟ୍ରୋଲିଂ ପାର୍ଟି ।ସବୁ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜଣେ ଅତିରିକ୍ତ ଏସ୍ପି ଦାୟିତ୍ୱରେ ରହିବେ ।ସମ୍ବେଦନଶୀଳ ସ୍ଥାନରେ କୁଇକ ଆକ୍ସନ ଟିମ କାମ କରିବ । ସମ୍ବେଦନଶୀଳ ବୁଥରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛି । ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୧୧ ଟି ଜିଲ୍ଲା ସୀମାରେ ଥିବା ୪୮ ଟି ଚେକ ପୋଷ୍ଟରେ କଡାକଡି ଚେକିଂ ଚାଲିଛି। ସୀମାବର୍ତ୍ତି ଚେକ ପୋଷ୍ଟ ରେ ସମସ୍ତ ଯାନବାହନକୁ ଚେକିଂ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୫୭ ଟି ଫ୍ଲାଇଁ ସ୍କ୍ୱାର୍ଡ ବୁଲୁଛି। ଏହା ବ୍ୟତୀତ ୨୫୧ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ଏହି ୧୧ଟି ଜିଲ୍ଲାରେ ୧୮ଟି ଇଭିଏମ ଷ୍ଟ୍ରଙ୍ଗ ରୁମ ରହିଛି ।ସେଠାରେ ମଧ୍ୟ ଇନର କାର୍ଡନ ଦାୟିତ୍ୱରେ ଅର୍ଦ୍ଧ ସାମରିକ ବାହିନୀ କାମ କରିବ । ଆଉଟର କର୍ଡନ ଦାୟିତ୍ୱରେ ଓଡିଶା ପୋଲିସ ରହିବ ।
ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସ୍ପେଶାଲ ଅପରେସନ କରାଯାଇଛି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ପୋଲିସ ସହ ପୂର୍ବରୁ ଓଡିଶା ପୋଲିସ ଆଲୋଚନା କରିଛି। ଆଣ୍ଟି ନକ୍ସଲ ଅପରେସନ କୁ ବ୍ୟାପକ କରାଯାଇଛି। ଅତିରିକ୍ତ ଡିଜି ଅପରେଶନ ଦେବଦତ୍ତ ସିଂ ଏ ସବୁକୁ ମନିଟର କରୁଛନ୍ତି। ଏୟାର ଆମ୍ବୁଲାନ୍ସ ଓ ହେଲିକ୍ୟାପ୍ଟର ତୟାର ରହିଛି। ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୫୫୫ ଟି ଆଣ୍ଟି ନକ୍ସଲ ଅପରେସନ ହୋଇଛି । SST ପକ୍ଷରୁ ଚଢ଼ାଉ କରାଯାଇ ଗାଡି ଭିତରୁ ୫ କୋଟି ୬୮ ଲକ୍ଷ ଟଙ୍କା ବିଭିନ୍ନ ସ୍ଥାନରୁ ଜବତ କରାଯାଇଛି । ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ କରାଯାଇ ଆପତ୍ତିଜନକ ପୋଷ୍ଟ ହଟାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କେସ ରୁଜୁ ହୋଇଛି। ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନ ପାଇଁ ଓଡିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପୋଲିସ ଡିଜିପି ।