thelifelinemedia
Latest Odisha News, Breaking News Today

ତୃତୀୟ ପର୍ଯ୍ୟାୟରେ ସବୁଠୁ ଧନୀ ପ୍ରାର୍ଥୀ ସନା ମହାକୁଡ଼ , ହଜାରେ ଟଙ୍କା ସମ୍ପତ୍ତି ସହିତ ସବୁଠୁ ଗରିବ ପ୍ରାର୍ଥୀ ବଡମ୍ବାର କୈଳାଶ ଚନ୍ଦ୍ର

ଭୁବନେଶ୍ୱର: ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଲ୍ହେଇଥିବା ପ୍ରାର୍ଥୀଙ୍କ ଭିତରେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ ଧନୀ ପ୍ରାର୍ଥୀ ତାଲିକାରେ ସବୁଠୁ ଆଗରେ।ବିଜେଡିର ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନା ୨୨୭କୋଟିର ମାଲିକ।ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି ଥିବାବେଳେ କେନ୍ଦୁଝର ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ ।୧୮୬କୋଟି ୭୬ଲକ୍ଷର ସ୍ଥାବର ସମ୍ପତ୍ତି ଥିବା ବେଳେ ୪୦କୋଟିର ଅସ୍ଥାବର ସମ୍ପତ୍ତିର ମାଲିକ ହେଉଛନ୍ତି ସନା ମହକୁଡ଼। ସନାଙ୍କ ପଛକୁ ଅଛନ୍ତି ଘସିପୁରା ବିଧାୟକ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସୌମ୍ୟଙ୍କ ସମ୍ପତ୍ତିର ମୂଲ୍ୟ ୧୨୨କୋଟି ଟଙ୍କା। ସବୁଠୁ ଅଧିକ ରୋଜଗାରିଆ ପ୍ରାର୍ଥୀ ଅଛନ୍ତି କଟକ ବାରବାଟୀ ବିଜେପି ବିଧାୟକ ପ୍ରାର୍ଥୀ ପୁର୍ଣଚନ୍ଦ୍ର ମହାପାତ୍ର।ତାଙ୍କର ଦିନକୁ ଦେଢ଼ ଲକ୍ଷରୁ ଅଧିକ ଆୟ ବୋଲି ସେ ଦର୍ଶାଇଛନ୍ତି।ସବୁଠୁ ଗରିବ ପ୍ରାର୍ଥୀ ଅଛନ୍ତି ବଡମ୍ବାର ସମୃଦ୍ଧ ଓଡିଶା ପ୍ରାର୍ଥୀ କୈଳାଶ ଚନ୍ଦ୍ର ନାୟକ।ତାଙ୍କ ପାଖରେ ୧୦୦୦ ଟଙ୍କା ଅଛି ବୋଲି ସେ ଦର୍ଶାଇଛନ୍ତି।
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏଡ଼ିଆର ରିପୋର୍ଟ ସର୍ବଜନୀନ ହୋଇଛି।ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ ।୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ୍ ୨୬%ଙ୍କ ନାମରେ ରହିଛି ଅପରାଧିକ ମାମଲା ।

୮୬ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା । ୪ ଜଣଙ୍କ ନାମରେ ହତ୍ୟା ମାମଲା ରହିଛି ।୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ଥିବା ବେଳେ ୨୮ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ଅଛି । ଏମିତିକି ଜଣଙ୍କ ନାମରେ ଦୁଷ୍କର୍ମ ମାମଲା ବି ଅଛି ବୋଲି ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି

Leave A Reply

Your email address will not be published.