ଲୋକଙ୍କୁ ପସନ୍ଦ ଆସିଛି କଂଗ୍ରେସ ଇସ୍ତାହାର: ଓଡିଶାରେ ତ୍ରିକୋଣୀୟ ଲଢେଇ ନୁହେଁ, ବିଜେଡି ଓ ବିଜେପି ଏକାଠି ଅଛନ୍ତି ବୋଲି କହିଲେ କଂଗ୍ରେସ ନେତା ସଚିନ ପାଇଲଟ

ଭୁବନେଶ୍ୱର:କଂଗ୍ରେସ ଇସ୍ତାହାର ଲୋକଙ୍କୁ ଛୁଇଁଛି। ଦେଶରେ ଏବେ କଂଗ୍ରେସ ଇସ୍ତାହାରକୁ ନେଇ କି ହିଁ ଚର୍ଚ୍ଚା। ଓଡିଶାରେ ମଧ୍ୟ କଂଗ୍ରେସର ନ୍ୟାୟପତ୍ର ଲୋକଙ୍କ ମନ ଜିଣିଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ।ଆଗକୁ ବଢିଛି କଂଗ୍ରେସ ଦଳ l ୧୦ ବର୍ଷ ଭାଜପା ସରକାର ପରେ ବର୍ତ୍ତମାନ ପରିବର୍ତନର ଆବଶ୍ୟକତା ରହିଛି ବୋଲି ସଚିନ କହିଛନ୍ତି lଭାଜପାର ଦୁର୍ନିତୀ ଭ୍ରଷ୍ଟାଚାରର ତାଲିକା ସମ୍ବନ୍ଧରେ ସାରା ଦେଶ ଜାଣିଛି lଆଜି ସାରା ଦେଷରରେ କଂଗ୍ରେସର ଇସ୍ତାହାରକୁ ନେଇ ଚର୍ଚ୍ଚା ହେଉଛି। ଓଡିଶାରେ ଆଜି ଅନେକ ସଫଳ କାର୍ଯ୍ୟକ୍ରମ ହୋଇଛି lଓଡ଼ିଶା ଭିତରେ ତ୍ରିକୋଣୀୟ ଲଢେ଼ଇ ହେଉନି କାରଣ ଏଠି BJD ଓ BJP ମିଶିକରି ରହିଛନ୍ତି l ଏ ଦେଶରେ ଯେଉଁ ସାମ୍ବିଧାନିକ ସଂସ୍ଥା ରହିଛି ସେଗୁଡିକୁ କ୍ଷତି ପହଞ୍ଚା ଯାଉଛି l ନିର୍ବାଚନ ସମୟରେ କଂଗ୍ରେସର ବ୍ୟାଙ୍କ ଖାତା ବନ୍ଦ କରିଦିଆଯାଇଛି ଏବଂ ୨ ମୂଖ୍ୟମନ୍ତ୍ରୀଙ୍କୁ ଜେଲରେ ଭର୍ତ୍ତି କରାଯାଉଛି ଯାହା ଭାଜପା ଉପରୁ ଲୋକଙ୍କ ଭରସା ତୁଟି ଗଲାଣି ବୋଲି କହି ସ୍ୱର ଶାଣିତ କରିଛନ୍ତି ସଚିନ ପାଇଲଟ। ଆହୁରି ସେ କହିଛନ୍ତି କଂଗ୍ରେସ ଆସିଲେ ଧାନର MSP ବଢ଼ାଇବୁ, ଶ୍ରମିକଙ୍କ ଉନ୍ନତି ହେବ ସବୁ ବର୍ଗର ଲୋକେ ଙ୍କୁ ଗୁରୁତ୍ବ ଦିଆଯିବ l ଯେଉଁ ରାଜ୍ୟରେ ଲୋକ ସିଧସଳଖ ଭାଜପା ସହ ଲଢୁଛନ୍ତି ସେହି ରାଜ୍ୟରେ କଂଗ୍ରେସ ବହୁତ ଭଲ ସ୍ଥିତି ରହିଛି lପୂର୍ବରୁ ବିରୋଧି ସରକାର ଉପରେ ଚର୍ଚ୍ଚା କରିଥିଲେ ବର୍ତମାନ ଓଲଟା ଭାଜପା ସରକାର ଆମକୁ ନେଇ ଚର୍ଚ୍ଚା କରୁଛନ୍ତି ବୋଲି ସଚିନ କହିଛନ୍ତି। କଂଗ୍ରେସ ଯେଉଁ ଯୋଜନା ଯୋଜନା ଆରମ୍ଭ କରିବାକୁ ଚେଷ୍ଟା କରୁଛି ଭାଜପା ସେସବୁକୁ ବିରୋଧ କରିଛି l କମ୍ୟୁନିଷ୍ଟ ଚିନ୍ତା ଧାରାର ରଖି ଭାଜପା ସବୁ ବେଳେ ବିରୋଧ କରି ଆସିଛି l ତେଣୁ ଏହି ସରକାର୍ ଉପରୁ ଲୋକଙ୍କ ମନ ଉଠି ସରିଛି l BJD କୁ ଭୋଟ ଦେବା BJP କୁ ଦେବା ସହ ସମାନ ଏହା ଲୋକେ ଜାଣନ୍ତି କହି ବିଜେଡି ଉପରେ ବର୍ଷିଛନ୍ତି ସଚିନ।ଆମେ ଓଡ଼ିଶାରେ ଆମେ ଜିତିବା ପାଇଁ ଲଢ଼ୁଛୁ , ବହୁମତରେ ଜିତିବା ସୁନିଶ୍ଚିନ୍ତ ବୋଲି ସଚିନ କହିଛନ୍ତି।