thelifelinemedia
Latest Odisha News, Breaking News Today

ରାଜ୍ୟରେ ଥମିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟିଙ୍ଗ ପ୍ରଚାର, ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ପ୍ରାୟ ୮୦ଲକ୍ଷ ମତଦାତା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ପ୍ରଚାର।୫ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ପ୍ରଚାରକୁ ଜୋରଦାର କରିଥିଲେ ଦଳୀୟ ପ୍ରାର୍ଥୀ ଓ ନେତା। ଦ୍ୱିତୀୟ ପର୍ଯ୍ୟାୟରେ ୭୯ଲକ୍ଷ ୬୯ ହଜାର ୮୩୭ ଭୋଟର ନିଜର ମତ ଅଧିକାର ସାବ୍ୟସ୍ତ କରିବେ। ପୁରୁଷଙ୍କ ସଂଖ୍ୟା ୪୦ ଲକ୍ଷ ୩୩ହଜାର ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୩୯ଲକ୍ଷ ୩୫ ହଜାର ରହିଛି।୧୮୧୨ଜନ ଶତାୟୁ ଭୋଟର ରହିଛନ୍ତି। ସୁନ୍ଦରଗଡ଼ରେ ପୁରୁଷ ଭୋଟରଙ୍କ ସଂଖ୍ୟା ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ।୫ଲୋକସଭା କ୍ଷେତ୍ରରେ ୪୦ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦୀତା କରୁଥିବା ବେଳେ ୩୫ ବିଧାନସଭା କ୍ଷେତ୍ରରେ ୨୬୫ ପ୍ରାର୍ଥୀ ମଇଦାନରେ ଅଛନ୍ତି।
ଏହି ପର୍ଯ୍ୟାୟରେ ୨.୬୭ପ୍ରତିଶତ ଭୋଟର ପ୍ରଥମ ଥର ଲାଗି ମତଦାନ କରିବେ। ସେମାନଙ୍କ ମଧ୍ୟରୁ ୨୨୪ଜଣ ପୁରୁଷ ଓ ୪୧ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।ଭୋଟିଂ ପାଇଁ ମୋଟ ୯ହଜାର ୧୬୨ମତଦାନ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍‌‌ ରହିଛି।୧୦୪୧ କେନ୍ଦ୍ରକୁ ମହିଳା ପୋଲିଂ କର୍ମଚାରୀ ପରିଚାଳନା କରିବେ।ସୁରକ୍ଷା ପାଇଁ ୧୦୨କମ୍ପାନୀ ସିଏପିଏଫ ନିୟୋଜିତ ହେବେ।କନ୍ଧମାଳରେ ସବୁଠୁ ଅଧିକ ୨୨ କମ୍ପାନୀ ଫୋର୍ସ ମୁତୟନ ହେବେ ବୋଲି ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।ଗଞ୍ଜାମରେ ୨୦ କମ୍ପାନୀ ସିଏପିଏଫ, ସୁନ୍ଦରଗଡରେ ୧୬, ବଲାଙ୍ଗୀର ଓ ବରଗଡରେ ୧୪ ଲେଖାଏଁ କମ୍ପାନୀ ଫୋର୍ସ ମୁତୟନ ହେବେ।
ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ ସିଂଦେଓ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରଦୀପ ଅମାତଙ୍କ ଭଳି ହେଭିୱେଟ ଅଛନ୍ତି।

Leave A Reply

Your email address will not be published.