ଗିରଫ ହେବେନି ଅନୁଭବ, ଗିରଫଦାରୀ ଉପରେ ରୋକ୍ ଲଗାଇଲେ ହାଏ କୋର୍ଟ

ଭୁବନେଶ୍ୱର : କେନ୍ଦ୍ରାପଡା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କୁ ବଡ ଆଶ୍ବସ୍ତି ମିଳିଛି । ଗିରଫଦାରୀର ଭୟ ହଟି ଯାଇଛି ଅନୁଭବଙ୍କ ମୁଣ୍ଡ ଉପରୁ। ତାଙ୍କୁ ଗିରଫ କରାଯାଇ ପାରିବନି ବୋଲି ଉଚ୍ଚ ନୟାଳୟ କହିଛନ୍ତି।ଅନୁଭବଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ହାଏ କୋର୍ଟ । କଟକ JMFC (MP/MLA) କୋର୍ଟ ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଜାମିନ ବିହୀନ ଗିରଫ ପରଓ୍ବାନା ମଧ୍ୟ ଜାରି କରିଥିଲେ ।
JMFC କୋର୍ଟ ଅନୁଭବଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦେଶ ଦେଇ ଥିଲେ । କେବଳ ଅନୁଭବ ନୁହଁନ୍ତି ତାଙ୍କର ଦୁଇ ସହଯୋଗୀଙ୍କ ବିରୁଦ୍ଧରେ ମଧ୍ୟ ଜାମିନ ବିହୀନ ଗିରଫ ପରଓ୍ବାନା (NBW) ଜାରି କରିଥିଲେ କୋର୍ଟ ।
ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ କରିଥିବା ଅଭିଯୋଗ ଆଧାରରେ ଏନବିଡବ୍ଲ୍ୟୁ ଜାରି କରିଥିଲେ ଜେଏମ୍ଏଫସି କୋର୍ଟ। ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ ଏନବିଡବ୍ଲ୍ୟୁ ଜାରି କରିଥିଲେ ଜେଏମ୍ଏଫସି କୋର୍ଟ। ଏହାକୁ ନେଇ ଅନୁଭବ ହାଏ କୋର୍ଟରେ ଚ୍ୟାଲେଞ କରିଥିଲେ। ଏବେ ଉଚ୍ଚ ନୟାଳୟ ଜେଏମ୍ଏଫସି କୋର୍ଟର ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି।