thelifelinemedia
Latest Odisha News, Breaking News Today

ସାବଧାନ: ମେ ମାସରୁ ମାଡି ଆସୁଛି ବାତ୍ୟା ରେମଲ!

ଭୁବନେଶ୍ୱର: ମେ’ ମାସ ଶେଷରେ ଏକ ପ୍ରଳୟଙ୍କରୀ ବାତ୍ୟା ଦେଖିପାରେ ଭାରତ । ଚଳିତ ମାସର ଶେଷ ଆଡ଼କୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ଘୂର୍ଣ୍ଣିବଳୟକୁ ନେଇ ଗ୍ଲୋବାଲ ଏଜେନ୍ସି ତରଫରୁ ସୂଚନା ଦିଆଯାଇଛି । ତେବେ ଓଡ଼ିଶା ପାଇଁ ଏହାର ପ୍ରଭାବ କିପରି ରହିବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ ।

ଆସନ୍ତା ୨୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ଏକ ନିମ୍ନ ଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହି ଅବପାତ ମେ’ ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ତୀବ୍ର ହେବା ନେଇ ମଧ୍ୟ ଆକଳନ କରାଯାଉଛି ।
ରିପୋର୍ଟ ଅନୁସାରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଏହି ନିମ୍ନ ଚାପ ମଡେଲ ଆଗାମୀ ଦିନରେ ଆହୁରି ତୀବ୍ର ରୂପ ନେଇପାରେ । ସପ୍ତାହର ଶେଷ ଭାଗରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ । ତେବେ ଏହି ବାତ୍ୟାର ନାମ ‘ରେମାଲ’ ରଖାଯାଇଥିବା ବେଳେ ଏହା ଖୁବ ପ୍ରଳୟଙ୍କରୀ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।
ଆଉ ମାତ୍ର କିଛି ଦିନ ପରେ ଏକ ବାତ୍ୟାର ସାମ୍ନା କରିବାକୁ ଯାଉଛି ଓଡିଶା । ଖରାଦିନରେ ବି ବାତ୍ୟା ହେବ ବୋଲି କେହି ବୋଧ ହୁଏ କଳ୍ପନା କରିନଥିବେ । କିନ୍ତୁ ବାସ୍ତବରେ କିଛି ଏମିତି ହେବାକୁ ଯାଉଛି । ଯେଉଁଥିପାଇଁ ଏବେଠୁ ଚିନ୍ତାରେ ପଡିଗଲେଣି ଓଡିଶାବାସୀ । ଶେଷ ଥର ୨୦୨୧ ମସିହାରେ ଓଡିଶାକୁ ବାତ୍ୟା ଜଓାଦ ତାର ଛାପ ଛାଡି ଯାଇଥିଲା । ଆଉ ୩ ବର୍ଷ ପରେ ଏବେ ରାଜ୍ୟ ପୁଣି ଏକ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି । ମେ ୨୩ ତାରିଖ ବେଳକୁ ପଶ୍ଚିମବଙ୍ଗ ଉପକୂଳରେ ଏକ ବାତ୍ୟା ସୃଷ୍ଟି ହେବା ନେଇ ଅନୁମାନ କରାଯାଇଛି ।

Leave A Reply

Your email address will not be published.