thelifelinemedia
Latest Odisha News, Breaking News Today

ବିଜେପି ଛାଡ଼ିଲେ ରମାରଞ୍ଜନ, ଦଳରେ ପ୍ରତାରିତ ହୋଇଥିବା ଅଭିଯୋଗ କରି ଇସ୍ତଫା ଦେଲେ

ଭୁବନେଶ୍ୱର:ବିଜେପି ଛାଡ଼ିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ ।ବିଜେପି ଉପରେ ବର୍ଷିବା ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ।ଲେଖିଛନ୍ତି ବର୍ଷ ବର୍ଷ ଧରି ଦଳ ଯେଉଁ ଦାୟିତ୍ୱ ଦେଇଛି ତାହା ନିଷ୍ଠାରସହ ତୁଲାଇଛି କିନ୍ତୁ ଦଳ କ୍ରମାଗତ ଭାବେ ସତ୍ୟବାଦୀ ଏବଂ ମୋତେ ପ୍ରତାରିତ କରିଛି । ଏଣୁ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କଥା ଲେଖିଛନ୍ତି। ଜଣେ ବରିଷ୍ଠ ନେତା ହିସାବରେ ତାଙ୍କୁ ଟିକେଟ୍ ନମିଳିବା କାରଣରୁ ସେ ଅସନ୍ତୁଷ୍ଟ ଥିଲେ । ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁ ନଥିଲା ।ଦଳରେ ଅଲୋଡ଼ା ହୋଇଯାଇଥିଲେ।
ବିଜେପି ପୁରୀ ଜିଲ୍ଲା ସତ୍ୟବାଦୀ ଅଂଚଳକୁ ଅଣଦେଖା କରିଛି । ଏହା ବ୍ୟକ୍ତିଗତ ଅଭିଯୋଗ ନୁହେଁ ବରଂ ଜନସାଧାରଣଙ୍କ ଅଭିଯୋଗ ବୋଲି କହିଛନ୍ତି।
ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତ୍ରୟୋଦଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।ପରେ ୨୦୧୮ରେ ବିଜେଡି ଛାଡି ସେ ବିଜେପିରେ ଯୋଗ ଦେଇଥିଲେ।

ରମାରଞ୍ଜନଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ ଏବେ ରାଜନୀତିରେ ସକ୍ରିୟ ଅଛନ୍ତି।ତାଙ୍କ ବୋହୂ ବର୍ଷା ସିଂହ ବରିହା ଏବେ ରାଜନୀତିରେ ସକ୍ରିୟ ଅଛନ୍ତି। ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ୨୪ ନିର୍ବାଚନରେ ପଦ୍ମପୁରରୁ ସେ ବିଜେଡି ବିଧାୟିକା ପ୍ରାର୍ଥୀ ହୋଇଛନ୍ତି।

Leave A Reply

Your email address will not be published.