thelifelinemedia
Latest Odisha News, Breaking News Today

ଶେଷ ନିର୍ବାଚନ ଲଢ଼ୁଛନ୍ତି ରାଜା ସ୍ୱାଇଁ, ପ୍ରଚାର ବେଳେ ଶେଷ ଥର ସଯୋଗ ଦେବାକୁ କହି ଭାବ ବିହ୍ଵଳ ହେଲେ ରଣେନ୍ଦ୍ର ପ୍ରତାପ

ଆଠଗଡ଼:ନିର୍ବାଚନ ପ୍ରଚାର ବେଳେ ରାଜା ସ୍ୱାଇଁ ଭାବବିହ୍ୱଳ ନିବେଦନ କରିଛନ୍ତି। କହିଛନ୍ତି ଏହା ମୋର ଶେଷ ନିର୍ବାଚନ ଲଢେଇ । ସେବା ପାଇଁ ତାଙ୍କୁ ଶେଷ ଥର ସୁଯୋଗ ଦେବାକୁ ସେ ଅପିଲ କରିଛନ୍ତି।ଲମ୍ବା ସମୟ ଧରି ଆଠଗଡ଼ ବାସୀ ତାଙ୍କୁ ଭଲ ପାଇବା ଦେଇ ଆସୁଛନ୍ତି। ଲୋକଙ୍କ ସ୍ନେହ ଶ୍ରଦ୍ଧାକୁ ପୁଞ୍ଜି କରି ରାଜା ସ୍ୱାଇଁ ଲମ୍ବା ସମୟ ଧରି ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି।ଏଥର ତାଙ୍କୁ ଶେଷ ଥର ପାଇଁ ଆଠଗଡ଼ ବାସୀ ସଯୋଗ ଦେବାକୁ ଅରୁରୋଧ କରିଛନ୍ତି ରାଜା।ସଭାମଞ୍ଚରେ ଆଠଗଡବାସୀଙ୍କୁ ମନଖୋଲି ହୃଦୟର କଥା ବିଜେଡି ବିଧାୟକ ପ୍ରାର୍ଥୀ ରାଜା ସ୍ୱାଇଁ କହିଛନ୍ତି ।

ଜୀବନ କ୍ୟାଲେଣ୍ଡରରେ ରାଜନୀତିରେ ଅ.. ଆ ରାଜାଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା ବୋଲି ସେ କହିଛନ୍ତି। ବିଜୁ ବାବୁ ତାଙ୍କୁ ରାଜନୀତିର ଅ ପାଠ ପଢାଇ ତାଙ୍କୁ ଆ ରେ ଛାଡିଦେଲେ ମାନେ ଆଠଗଡ଼ରେ ଛାଡିଦେଲେ। କଞ୍ଚା ବୟସରେ ରାଜନୀତିକୁ ଆସିଲେ। ଲୋକେ ତାଙ୍କୁ ନ ଦେଖି ଭୋଟ ଦେଲେ ଏବଂ ସେହି ଦିନ ଠାରୁ ଆଠଗଡ ବାସୀଙ୍କ ହୃଦୟରେ ରହି ଯାଇଛନ୍ତି ରାଜା ସ୍ୱାଇଁ। ତେଣୁ ଏଥର ଶେଷ ଥର ପାଇଁ ତାଙ୍କୁ ଆଶୀର୍ବାଦ କରିବେ ବୋଲି ଆଶା ବାନ୍ଧିଛନ୍ତି ରଣେନ୍ଦ୍ର ପ୍ରତାପ।

Leave A Reply

Your email address will not be published.