thelifelinemedia
Latest Odisha News, Breaking News Today

ମେ ୩୧ରେ କେରଳ ଛୁଇଁବ ମୌସୁମୀ, ଏଥର ସଅଳ ଆସିବ ମୌସୁମୀ, ଚାଷୀକୂଳ ଆଶ୍ୱସ୍ତ

ଭୁବନେଶ୍ୱର:ଏଥର ସହଳ ଆସିବ ମୌସୁମୀ ।ମେ ୩୧ ରେ କେରଳ ଛୁଇଁ ପାରେ ମୌସୁମୀ ।ଏଥିପାଇଁ ପାଗ ଅନୁକୂଳ ରହିଛି।ସାଧାରଣତଃ ଜୁନ ୧ରେ କେରଳ ଛୁଇଁ ଥାଏ ମୌସୁମୀ ।ଗତବର୍ଷ ୮ଦିନବିଳମ୍ବ ହୋଇଥିଲା। ଜୁନ ୮ରେ ମୌସୁମୀ କେରଳ ଛୁଇଁଥିଲା।ଏଥର କିନ୍ତୁ ମୌସୁମୀ ଶୀଘ୍ର ଆସିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ଯାହା ଚାଷୀକୂଳ ପାଇଁ ଆଶ୍ବସ୍ତି ଆଣିଦେଇଛି।ଭାରତର କୃଷି ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ୪ ମାସର ଗୁରୁତ୍ୱପୂର୍ଣ୍ଣ ବୃଷ୍ଟିପାତ ସମୟକୁ ସୁହାଇବ ଏଥରର ମୌସୁମୀ।ଆସନ୍ତା ୩୧ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ।
ଭାରତରେ ମୌସୁମୀର ଗତିକୁ ଲକ୍ଷ୍ୟ କଲେ ଜଣାପଡ଼େ,ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଥମ ବର୍ଷା ଦକ୍ଷିଣ ଆଣ୍ଡାମାନ ସାଗରରେ ହୋଇଥାଏ । ଏହା ପରେ ମୌସୁମୀ ବାୟୁ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ବଙ୍ଗୋପସାଗର ମୁହାଁ ହୁଏ।ବର୍ଷ ବର୍ଷ ଧରି ଭାରତୀୟ ପାଣିପାଗ ବିଭାଗ ମୌସୁମୀର ଆଗମନକୁ ନେଇ କରିଥିବା ଆକଳନ ସଠିକ୍‌ ପ୍ରମାଣିତ ହୋଇଛି ।ଚଳିତ ବର୍ଷ ମଧ୍ୟ ଆଇଏମ୍‌ଡିର ଆକଳନ ଆନୁଯାୟୀ ସଠିକ୍‌ ସମୟରେ ମୌସୁମୀ କେବଳ ଛୁଇଁବ ବୋଲି ଆଇଏମ୍‌ଡି ଦାବି କରିଛି ।

Leave A Reply

Your email address will not be published.