thelifelinemedia
Latest Odisha News, Breaking News Today

ନବୀନ ବାବୁ ଆଉ ଆସିବେନି, ଏଥର ଓଡିଶାରେ ବିଜେପି ସରକାର ବୋଲି କହିଲେ ଅମିତ ଶାହା

ସୋରଡ଼ା: ଗଞ୍ଜାମ ସୋରଡ଼ା ବିଜୟ ସଂକଳ୍ପ ସଭାରୁ ଅମିତ ଶାହାଙ୍କ ଆଟାକିଙ୍ଗ ଅନ୍ଦାଜ। ନବୀନ ପଟ୍ଟନାୟକଙ୍କୁ ଶାଣିତ ଆକ୍ରମଣ କଲେ। କହିଲେ ନବୀନ ବାବୁ ଏଥର ଆସିବାର ନାହିଁ। ଲୋକେ ତାଙ୍କୁ ବିଦାୟ ଦେଇ ସାରିଛନ୍ତି। ଏଥର ଓଡିଶାରେ ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ବଢିଛନ୍ତି ଶାହା। ସଭା ଆରମ୍ଭରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଓଡିଶାର ଲୋକେ ତାଙ୍କୁ ବିଦାୟ ଦେଉଛନ୍ତି। ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ। ଗତ ୨୫ ବର୍ଷ ମଧ୍ୟରେ ନବୀନ ବାବୁ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି। ଓଡ଼ିଶାର ୬୪୧୨ ଗାଁକୁ ରାସ୍ତା ନାହିଁ। ବିଜେପି ସରକାର ଆସିଲେ ୨ ବର୍ଷରେ ସବୁ ଗାଁକୁ ରାସ୍ତା ନିର୍ମାଣ କରାଯିବ।

ନବୀନଙ୍କୁ ଟାର୍ଗେଟ କରି ଶାହ ଆହୁରି ମଧ୍ୟ କହିଛନ୍ତି ଯେ,ନବୀନ ସବୁ ବେଳେ ମିଛ କହି ଆସୁଛନ୍ତି।ଯୋଜନା କେନ୍ଦ୍ରର କିନ୍ତୁ ନବୀନ ବାବୁ ତାହା ବିଜେଡିର ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।ଏଭଳି ମିଛ କହି ସବୁ କଥାରେ ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି ନବୀନ ବାବୁ। ହେଲେ ଚିନ୍ତା କରିବା ଦରକାର ନାହିଁ। କାହିଁକି ନା, ନବୀନ ବାବୁ ଆଉ ସରକାରକୁ ଆସିବେନି। ଓଡ଼ିଶାର ଲୋକ ତାଙ୍କୁ ଟାଟା ବାଏ ବାଏ କରିଦେବେ।ଏବେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସୋରଡ଼ା ନିର୍ବାଚନୀ ସଭା ପରେ ଅମିତ ଶାହା କଟକରେ ରୋଡ଼ ସୋ କରଥିଲେ। ବକ୍ସି ବଜାର ଛକରୁ ରୋଡ଼ ସୋ ଆରମ୍ଭ ହୋଇଥିଲା।ପରେ ବାର ପଥର ଛକ ଓ ଜେଲ ରୋଡ଼ ଛକଦେଇ ନୟାସଡ଼କରେ ସରିଥିଲା ରୋଡ଼ ସୋ।

Leave A Reply

Your email address will not be published.