ପ୍ରଥମ ପର୍ଯ୍ୟାୟରେ ରେକର୍ଡ ପ୍ରତିଶତ ଭୋଟ ହାର, ୭୫ ପ୍ରତିଶତ ଡେଇଁଲା ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର:ପ୍ରଥମ ପର୍ଯ୍ୟାୟ ମତଦାନରେ ରେକର୍ଡ କରିଛି ଓଡିଶା। ଭୋଟ ହାର ୭୫ପ୍ରତିଶତ ଡେଇଁଛି।୨୦୧୯ରେ ପ୍ରଥମ ପର୍ଯ୍ୟାୟର ଭୋଟ ହାର ଥିଲା ୭୪.୨୮%। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁରରେ ହୋଇଥିଲା ଭୋଟ।ଏଥର କିନ୍ତୁ ପୂର୍ବ ରେକର୍ଡ ଭାଙ୍ଗିଛି।୭୫ପ୍ରତିଶତ ଡେଇଁଛି ଭୋଟ ହାର। ଚଳିତ ଥର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ ଅଧିକ ଭୋଟ ହାର ହୋଇଛି ନବରଙ୍ଗପୁରରେ। ସେଠାରେ ସର୍ବାଧିକ ୮୧.୧୬ପ୍ରତିଶତ ଭୋଟ ହାର ରେକର୍ଡ ହୋଇଛି। କଳାହାଣ୍ଡିରେ ୭୭.୯୦ପ୍ରତିଶତ, କୋରାପୁଟରେ ୭୭.୧୪ପ୍ରତିଶତ ଏବଂ ବ୍ରହ୍ମପୁରରେ ସର୍ବନିମ୍ନ ୬୫.୪୧ ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି।
ପ୍ରଥମ ପର୍ଯ୍ୟାୟରେ ଲୋକ ସଭା ଆସନ ପାଇଁ କୋରାପୁଟରୁ ୧୧ ଜଣ, ନବରଙ୍ଗପୁରରୁ ୪, କଳାହାଣ୍ଡିରୁ ୧୧, ବ୍ରହ୍ମପୁରରୁ ୧୧ ଜଣ ପ୍ରାର୍ଥୀଙ୍କ ସମେତ ୨୮ ବିଧାନସଭାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି।ମୋଟ ୨୮୦ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ପ୍ରଥମ ପର୍ଯ୍ୟାୟର ଜନତା ଜନାର୍ଦ୍ଦନ।