thelifelinemedia
Latest Odisha News, Breaking News Today

ଆସନ୍ତାକାଲି ଓଡିଶା ଆସୁଛନ୍ତି ଶାହା ଓ ନଡ୍ଡା, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିବେ ବିଜେପିର ଦୁଇ ହେଭିୱେଟ ନେତା

ଭୁବନେଶ୍ୱର:ଆସନ୍ତାକାଲି ଓଡିଶା ଆସୁଛନ୍ତି ବିଜେପିର ଦୁଇ ହେଭିୱେଟ ନେତା। ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ଅମିତ ଶାହା ଓ ଜେପି ନଡ୍ଡା। ଆସନ୍ତାକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋରଡ଼ା ଜନସଭାରେ ଯୋଗଦେବେ ଏବଂ କଟକରେ କରିବେ ରୋଡ ସୋ । ସେହିପରି ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଜେ.ପି. ନଡ୍ଡା । କାଲି ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଜେ.ପି. ନଡ୍ଡା । ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବରରେ ମହିଳା ସମାବେଶରେ ଯୋଗ ଦେବେ ନଡ୍ଡା । ତା ପର ଦିନ ଅର୍ଥାତ ୧୬ତାରିଖ ଦିନ ବରଗଡ଼ ଲୋକସଭା ଅନ୍ତର୍ଗତ ପଦ୍ମପୁର ଏବଂ ସୁନ୍ଦରଗଡ଼ ଠାରେ ଜନସଭାରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
କେନ୍ଦ୍ରୀୟ ବିଜେପି ନେତୃତ୍ବଙ୍କ ଟାର୍ଗେଟରେ ଓଡ଼ିଶା । ଓଡ଼ିଶାରେ ବିଜେପି ସରକାର ଗଠନ କରିବାର ଦମ୍ଭୋକ୍ତି ଦେଖାଇ ଓଡ଼ିଶା ବାରମ୍ବାର ଗସ୍ତ କରୁଛନ୍ତି କେନ୍ଦ୍ରୀୟ ବିଜେପି ନେତୃତ୍ୱ।ଏଥର ଓଡିଶାକୁ ନେଇ ବିଜେପି ଏକଦମ ସିରିଏସ ହୋଇ ମଇଦାନକୁ ଓଲ୍ହାଇଛି।

Leave A Reply

Your email address will not be published.