thelifelinemedia
Latest Odisha News, Breaking News Today

ପୂଜା ପାଇବେ ଧୋନୀ ! ଚେନ୍ନଇରେ ହେବ ମାହିଙ୍କ ମନ୍ଦିର, ଏମିତି କହିଲେ ପୂର୍ବତନ କ୍ରିକେଟର ଅମ୍ବତୀ ରାଇଡ଼ୁ

ନୂଆଦିଲ୍ଲୀ:ମହେନ୍ଦ୍ର ସିଂହ ଧୋନୀ।ଏଇ ନାଁ ସହିତ ସମସ୍ତେ ପରିଚିତ। କ୍ରିକେଟ ଦେଖୁଥିବା ଲୋକ ବା କ୍ରିକେଟ ବିଷୟରେ ଅଜଣା ଥିବା ଲୋକ ସମସ୍ତେ ଧୋନୀଙ୍କୁ ଭଲ ପାଆନ୍ତି। ପଡିଆରେ ଧୋନୀଙ୍କ ଝଲକ ପାଇଁ ପାଗଳ ହୋଇଯାଆନ୍ତି କ୍ରିକେଟ ପ୍ରେମୀ।କ୍ରୀଡାଜଗତର ସେଇ ବଡ ତାରକଙ୍କୁ ନେଇ ବଡ ଟିପ୍ପଣୀ ଦେଇଛନ୍ତି ପୂର୍ବତନ କ୍ରିକେଟର ଅମ୍ବତୀ ରାଇଡ଼ୁ।କହିଛନ୍ତି ଧୋନୀଙ୍କ ମନ୍ଦିର ଚେନ୍ନଇରେ ପ୍ରତିଷ୍ଠା ହେବ। ଚେନ୍ନାଇରେ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ଖୁସବୁ ଏବଂ ଅନ୍ୟ ସେଲିବ୍ରିଟିମାନଙ୍କ ମନ୍ଦିର ନିର୍ମାଣ କରାଯାଇଛି ।ତେଣୁ ଖୁବଶୀଘ୍ର ଏମ.ଏସ ଧୋନୀଙ୍କ ନାମ ମଧ୍ୟ ଏଥିରେ ସାମିଲ ହୋଇପାରେ ।ଆଗାମୀ କିଛି ବର୍ଷ ମଧ୍ୟରେ ଚେନ୍ନାଇରେ ଧୋନୀଙ୍କ ନାମରେ ଏକ ମନ୍ଦିର ନିର୍ମାଣ କରାଯାଇପାରେ ବୋଲି ଅମ୍ବାତି ରାଇଡୁ କହିଛନ୍ତି ।

ଚେନ୍ନାଇରେ ମାହିଙ୍କ ଫ୍ୟାନ ଫଲୋଇଙ୍ଗ ଏକ ଭିନ୍ନ ସ୍ତରରେ ପହଞ୍ଚିଛି । ଚେନ୍ନାଇର ଲୋକମାନଙ୍କ ପାଇଁ ଧୋନୀ ବର୍ତ୍ତମାନ ଜଣେ ଖେଳାଳି କିମ୍ବା ଆଇଡଲ ନୁହେଁ, ସେ ଚେନ୍ନାଇର ଆବେଗ ପାଲଟି ଯାଇଛନ୍ତି ।ତେଣୁ ତାଙ୍କ ସ୍ମୃତିରେ ଚେନ୍ନାଇର ବାସିନ୍ଦା ଧୋନୀଙ୍କ ନାମରେ ମନ୍ଦିର ନିର୍ମାଣ କରିପାରନ୍ତି ।କ୍ରିକେଟ ପ୍ରେମୀ ଏମଏସ ଧୋନିଙ୍କୁ ଆଇପିଏଲ ୨୦୨୪ରେ ଦେଖିବାକୁ ଚାହୁଁଥିଲେ । ଏଭଳି ପରିସ୍ଥିତିରେ ଧୋନି ମଧ୍ୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ନଥିଲେ। ଆଇପିଏଲରେ ସେ ଅନେକ ଶେଷ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଚୌକା ଓ ଛକା ମାରି ଦର୍ଶକଙ୍କୁ ଖୁସି କରାଇ ଦେଇଥିଲେ। ଧୋନି ଚଳିତ ସିଜନରେ ଏପର୍ଯ୍ୟନ୍ତ ୧୩ ଟି ମ୍ୟାଚ ଖେଳିଛନ୍ତି। ଏହି ୧୩ଟି ମ୍ୟାଚରେ ସେ ୧୧ ଚୌକା ଓ ୧୨ଟି ଛକା ମାରିଛନ୍ତି।

Leave A Reply

Your email address will not be published.