ବାରଣାସୀରୁ ନାମାଙ୍କନ ଭରିଲେ ମୋଦି, ତୃତୀୟ ଥର ପାଇଁ ବାରଣାସୀରୁ ଲଢୁଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :ବାରଣାସୀରୁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ତୃତୀୟ ଥର ପାଇଁ ସେ ବାରଣାସୀରୁ ନାମାଙ୍କନ ଭରିଛନ୍ତି।ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କାଳ ଭୈରବ ମନ୍ଦିରରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ବାବା କାଳ ଭୈରବଙ୍କଠାରୁ ବିଜୟର ଆଶୀର୍ବାଦ ନେଇଥିଲେ।ଦଶାଶ୍ୱମେଧ ଘାଟରେ ପୂଜାର୍ଚ୍ଚନା କରିବା ବେଳେ ଭାବୁକ ହୋଇପଡିଥିଲେ ମୋଦି ।ମା’ଙ୍କ ନିଧନ ପରେ ଗଙ୍ଗା ମୋର ମା’ ବୋଲି କହିଥିଲେ ।ପୂଜାର୍ଚ୍ଚନା କରିବା ପରେ ମୋଦି କ୍ରୁଜରେ ନମୋ ଘାଟ ପର୍ଯ୍ୟନ୍ତ ଯାଇଥିଲେ ।ଏଠାରେ ଭଗବାନ କାଳ ଭୈରବ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ନାମାଙ୍କନ ପାଇଁ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ।ନାମାଙ୍କନ ଦାଖଲ ସମୟରେ ତାଙ୍କ ସହ ଥିଲେ ଅମିତ ଶାହ, ରାଜନାଥ ସିଂ, ଚିରାଗ ପାସୱାନ୍ ଓ ଅନ୍ୟ ବରିଷ୍ଠ ନେତା।ଶୁଭ ମୁହୂର୍ତ୍ତ ୧୧ଟା ୪୦ ମିନିଟରେ ନାମାଙ୍କନ ଭରିଥିଲେ ପ୍ରଧାନମନ୍ତ୍ରୀ।
ଲୋକସଭା ନିର୍ବାଚନ ୨୦୨୪ ପାଇଁ ୪ର୍ଥ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି ।ତୃତୀୟ ପର୍ଯ୍ୟାୟ ଭୋଟିଂ ସହ ୨୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୩୭୯ ସିଟରେ ଭୋଟିଂ ହୋଇସାରିଛି ।ଆଉ ବାକି ଥିବା ସିଟ ପାଇଁ ଆଗାମୀ୨୦ ତାରିଖରେ ଭୋଟ ହେବ। ବିଭିନ୍ନ ନେତାଙ୍କ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ଜାରି ରହିଛି।ଏହି କ୍ରମରେ ମୋଦି ବାରଣାସୀରୁ ନାମାଙ୍କନ ଭରିଛନ୍ତି।ଏହା ପୂର୍ବରୁ ମୋଦି ଏଠାରୁ ୨୦୧୪ ଓ ୨୦୧୯ରେ ବାରଣାସୀରୁ ନିର୍ବାଚନ ଜିତିଥିଲେ।