thelifelinemedia
Latest Odisha News, Breaking News Today

ଆସନ୍ତାକାଲି ଓଡିଶାରେ ଭୋଟ, ହିଂସାମୁକ୍ତ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ। ଚାରୋଟି ଲୋକସଭା ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ସହ ୨୮ବିଧାନସଭାରେ ମତଦାନ ହେବ।ସେଥିପାଇଁ ପ୍ରସ୍ତୁତି ସରିଛି। ସବୁ ମତଦାନ କେନ୍ଦ୍ରକୁ EVM, VVPAT, ପୁଲିଂ ପାର୍ଟି ପହଂଚିଛନ୍ତି। ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି।ଫୋକସରେ ରହିଛି ମାଓ ଅଧ୍ୟୁଷିତ କଳାହାଣ୍ଡି ଓ ନବରଙ୍ଗପୁର ଲୋକସଭା କ୍ଷେତ୍ର।ନିକଟରେ ରାଇଘର ଠାରେ ଅପରେଶନ ବେଳେ ସୁରକ୍ଷା ବାହିନୀ ଜଣେ କ୍ୟାଡର ମାଓବାଦୀ ଙ୍କ ନିପାତ ହୋଇଥିଲା।ଲଗାତାର ଭାବେ ଛତିଶଗଡ ସିମାନ୍ତ, ଆନ୍ଧ୍ର, ତେଲେଙ୍ଗାନା ଟ୍ରାଇ ଜଙ୍କସନରେ ଜଏଣ୍ଟ ଅପରେସନ ଚାଲିଛି।ନାଇଟ ବାଇନକୁଲର ଅତ୍ୟାଧୁନିକ ଦ୍ରୋନ୍ ଓ ଅସ୍ତ୍ର ଶସ୍ତ୍ର ସହ ୨୪ ଘନ୍ତିଆ ପାଟ୍ରୋଲିଂ କିଛି।ରାଇଘର, ନୂଆପଡ଼ା ସୀମା, କଳାହାଣ୍ଡି କନ୍ଧମାଳ ସୀମାରେ ଚାଲିଛି ଅପରେସନ।ଅବାଧ, ହିଂସା ମୁକ୍ତ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଚୁଡାନ୍ତ।

ମାଓ ଅଧ୍ୟୁଷିତ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ମାଓ ପ୍ରବଣ କଳାହାଣ୍ଡି ଓ କୋରାପୁଟରେ ବିଶେଷ ଧ୍ୟାନ ଦିଆଯାଇଛି। ସମ୍ବେଦନଶୀଳ ଓ ଦୁର୍ଗମ ଅଞ୍ଚଳରେ ହେଲିକପଟର ଯୋଗେ ପୋଲିଙ୍ଗ କର୍ମଚାରୀଙ୍କୁ ପୋଲିଙ୍ଗ ସେଣ୍ଟରରେ ପହଞ୍ଚା ଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୭ ଜଣ ଲୋକ ସଭା ସାଂସଦ ପ୍ରାର୍ଥୀ ମଇଦାନକୁ ଓଲ୍ହାଇଥିବା ବେଳେ ୨୪୩ଜଣ ବିଧାନସଭା ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।

Leave A Reply

Your email address will not be published.