thelifelinemedia
Latest Odisha News, Breaking News Today

କନ୍ଧମାଳରୁ କଂଗ୍ରେସକୁ ଟାର୍ଗେଟ କଲେ ମୋଦି, କହିଲେ ୫୦ ଆସନରେ ସୀମିତ ରହିବ କଂଗ୍ରେସ ଏବଂ ରାଜ୍ୟରେ ହେବ ବିଜେପି ସରକାର

କନ୍ଧମାଳ: କନ୍ଧମାଳ ବିଜୟ ସଂକଳ୍ପ ସମାବେଶରୁ ମୋଦିଙ୍କ ତଗଡା ପ୍ରଚାର। ଡବଲ ଇଂଜିନ ସରକାର ପାଇଁ ମୋଦି ଅପିଲ କରିଛନ୍ତି। ଓଡିଶାରେ ୨୧ ସାଂସଦଙ୍କୁ ବିଜୟ ସହିତ ଡବଲ ଇଂଜିନର ଅପିଲ କରିଛନ୍ତି ମୋଦି। କନ୍ଧମାଳ ବିଜୟ ସକଳ୍ପ ସମାବେଶରୁ କଂଗ୍ରେସକୁ କଡା ଟାର୍ଗେଟ କରିଛନ୍ତି। କହିଛନ୍ତି କଂଗ୍ରେସ ଦେଶର ମନକୁ ଦୁର୍ବଳ କରୁଛି। ୨୬ ବର୍ଷ ପୂର୍ବେ ଆଜିର ଦିନରେ ବାଜପେୟୀ ସରକାର ପରମାଣୁ ପରୀକ୍ଷଣ କରିଥିଲେ।କିନ୍ତୁ ଆଜି କଂଗ୍ରେସ ପାକିସ୍ତାନ ପାଖରେ ପରମାଣୁ ଥିବା କଥା କହି ଦେଶକୁ ଭୟଭୀତ କରୁଛି। କଂଗ୍ରେସ ଏଥର ସାମାନ୍ୟ ବିରୋଧୀ ଦଳର ମାନ୍ୟତା ପାଇବ ନାହିଁ। ମାତ୍ର ୫୦ ଆସନ ଭିତରେ ରହିବ କଂଗ୍ରେସ।
ସେହିପରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ମୋଦି। ରତ୍ନ ଭଣ୍ଡାର ପ୍ରସଙ୍ଗ କଥା କହି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ୪୦ ବର୍ଷ ହେଲା ରତ୍ନଭଣ୍ଡାର ଅଳଂକାର ଗଣତି ହେଇନି। ଡୁପ୍ଲିକେଟ ଚାବି ଥିବା କଥା କହି ନବୀନ ସରକାରଙ୍କୁ ଘେରିଥିଲେ।ବିଜେପି ସରକାରକୁ ଆସିଲେ ଦଳ ରତ୍ନଭଣ୍ଡାର ପ୍ରସଙ୍ଗକୁ ଗୁରୁତ୍ୱ ଦେବ ବୋଲି ମୋଦି କହିଥିଲେ। ସେହିପରି ରାଜ୍ୟରେ ଜୁନ ୧୦ରେ ବିଜେପି ସରକାର ଶପଥ ଗ୍ରହଣ କରିବ ବୋଲି ମୋଦି କହିଥିଲେ। ମୁଁ ଆଜି ଆପଣଙ୍କୁ ଶପଥ ଉତ୍ସବ ପାଇଁ ନିମନ୍ତ୍ରଣ କରିବାକୁ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.