thelifelinemedia
Latest Odisha News, Breaking News Today

୧୭ ତାରିଖ ଯାଏଁ ବଢିଲା ୟୁଜିସି ନେଟ ଆବେଦନ, ପିଲାଙ୍କ ଅନୁରୋଧ ପରେ ଏନଟିଏ ବଢ଼ାଇଲା ଆବେଦନ ଅବଧି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ହେବ ୟୁଜିସି ନେଟ ଆବେଦନ। ଆଜି ଆବେଦନର ଶେଷ ତାରିଖ ଥିଲା ବେଳେ ଏହାକୁ ବଢ଼ାଇ ୧୭ ତାରିଖ ଯାଏଁ କରାଯାଇଛି।ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି-ନେଟ୍‌‌ ପରୀକ୍ଷା ପାଇଁ ଆବେଦନ ଅବଧିକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଫି’ ଦାଖଲ କରିପାରିବେ। ଯଦି ଆବେଦନ ପତ୍ରରେ ତ୍ରୁଟି ରହିଥାଏ ତା ହେଲେ ୧୮ରୁ ୨୦ ତାରିଖ ମଧ୍ୟରେ ସେଥିରେ ସଂଶୋଧନ କରିପାରିବେ। ପରୀକ୍ଷା ସଞ୍ଚାଳନ କରୁଥିବା ନ୍ୟାସନାଲ୍‌‌ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଜୁନ୍‌‌ ୧୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ।ନେଟ୍‌‌ରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଜୁନିଅର ରିସର୍ଚ୍ଚ ଫେଲୋସିପ୍‌‌(ଜେଆର୍‌‌ଏଫ୍‌‌) ପାଇବାକୁ ଯୋଗ୍ୟବିବେଚିତ ହେବେ। ଏହାସହ ପ୍ରଥମଥର ପାଇଁ ନେଟ୍‌‌ ପରୀକ୍ଷା ମାଧ୍ୟମରେ ପିଏଚ୍‌‌ଡି ପଢ଼ିବାକୁ ମଧ୍ୟ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ। ସମୁଦାୟ ୮୩ଟି ବିଷୟରେ ପିଏଚ୍‌‌ଡି ପଢ଼଼ିବାକୁ ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ସୁଯୋଗ ପାଇବେ।

ଜୁନିୟର ରିସର୍ଚ୍ଚ ଫେଲୋଶିପ୍ (ଜେଆର୍ଏଫ୍‌) ସହ କିମ୍ବା ଏହା ବିନା ପିଏଚ୍‌ଡି କରିବାକୁ ହେଲେ ଛାତ୍ରୀଛାତ୍ରଙ୍କୁ ସର୍ମନିମ୍ନ ୭୫ ପ୍ରତିଶତ ମାର୍କ ଅଥବା ସେମାନଙ୍କ ୪ ବର୍ଷର ଅଣ୍ଡରଗ୍ରାଜୁଏଟ୍ ପାଠ୍ୟକ୍ରମରେ ତତୁଲ୍ୟ ଗ୍ରେଡ୍ ରଖିଥିବା ଆବଶ୍ୟକ । ବର୍ତ୍ତମାନ ପର୍ଯ୍ୟନ୍ତ ଏନ୍‌ଇଟି ଦେବା ପାଇଁ ସର୍ବନିମ୍ନ ୫୫ ପ୍ରତିଶତ ନମ୍ବର ସହ ମାଷ୍ଟର ଡିଗ୍ରୀ ଆବଶ୍ୟକ ହେଉଥିଲା । ଚଳିତ ବର୍ଷ ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ନ ହୋଇ ଅଫ୍‌ଲାଇନ ମୋଡ୍‌ରେ ହେବ ।

Leave A Reply

Your email address will not be published.