thelifelinemedia
Latest Odisha News, Breaking News Today

ବିଶ୍ୱକପ କ୍ରିକେଟକୁ ଆତଙ୍କୀ ଭୟ, ସହ ଆୟୋଜକ ୱେଷ୍ଟ ଇଣ୍ଡିଜକୁ ମିଳିଲା ଆତଙ୍କୀ ଧମକ

ନୂଆଦିଲ୍ଲୀ: ଟି ଟ୍ୱେଣ୍ଟି ବିଶ୍ୱକପକୁ ଘାରିଛି ଆତଙ୍କୀ ଭୟ।କ୍ରିକେଟ ଜଗତରେ ଏଭଳି କିଛି ଖବର ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି।ଟି ଟ୍ୱେଣ୍ଟି ବିଶ୍ୱକପର ସହ ପ୍ରାୟୋଜକ ୱେଷ୍ଟ ଇଣ୍ଡିଜକୁ ଆତଙ୍କୀ ଧମକ ମିଳିବା ପରେ ଏବେ କ୍ରିକେଟ ଜଗତରେ ଭୟର ବାତାବରଣ ଖେଳି ଯାଇଛି।ଉତ୍ତର ପାକିସ୍ତାନରୁ ୱେଷ୍ଟ ଇଣ୍ଡିଜକୁ ଏହି ଧମକ ମିଳିଛି।ଏଭଳି ଧମକ ମିଳିବା ପରେ ଦେଶବାସୀଙ୍କୁ ସାବଧାନ କରାଇଦେଇଛି ୱେଷ୍ଟ ଇଣ୍ଡିଜ।କିଛି ଭୟଭୀତ ହେବାର ନାହିଁ, ସ୍ଥିତି ଉପରେ ଆମେ ନଜର ରଖିଛୁ।ଦେଶର ସୁରକ୍ଷା ଓ ଶାନ୍ତିର ସହିତ କ୍ରିକେଟ ପାଇଁ ୱେଷ୍ଟ ଇଣ୍ଡିଜ ସବୁ ପ୍ରକାର ବ୍ୟବସ୍ଥା କରିଛି ବୋଲି ୱେଷ୍ଟ ଇଣ୍ଡିଜ ପ୍ରଶାସନ କହିଛି।

ବିଶ୍ୱକପ ପୂର୍ବରୁ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହେବା ନେଇ ଆଶଙ୍କା କରାଯାଉଛି ।ଏହାପରେ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବାକୁ ଥିବା ବିଭିନ୍ନ ଦେଶମାନଙ୍କ ମନରେ ଛନକା ପଶିଛି।ଆସନ୍ତା ମାସରୁ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତ ସମେତ ୨୦ଟି ଦଳ ଅଂଶଗ୍ରହଣ କରିବେ। କିଛି ପ୍ରାରମ୍ଭିକ ଗ୍ରୁପ୍ ମ୍ୟାଚ୍ ବ୍ୟତୀତ ପୂରା ସୁପର-୮ ପର୍ଯ୍ୟାୟ, ସେମିଫାଇନାଲ ଏବଂ ଫାଇନାଲ ୱେଷ୍ଟଇଣ୍ଡିଜରେ ଖେଳାଯିବ ।

Leave A Reply

Your email address will not be published.