ଶଙ୍ଖ ଫୁଙ୍କିଲେ ଅଭିନେତା ଅଖିଳ, ନିକଟରେ ବିଜେପି ଛାଡିଥିଲେ ଆଉ ଏବେ ଶଙ୍ଖ ଧରିଲେ

ଭୁବନେଶ୍ୱର:ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଜେପି ନେତା ତଥା ଅଭିନେତା ଅଖିଳ କୁମାର ପଟ୍ଟନାୟକ। ବିଜେପି ଛାଡ଼ିବା ପରେ ସେ ବିଜେଡିରେ ସାମିଲ ହୋଇଛନ୍ତି।ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ଅଖିଳ।କହିଛନ୍ତି ସେବା କରିବା ପାଇଁ ଶୃଙ୍ଖଳିତ ଦଳ ଭାବି ବିଜେପିରେ ସାମିଲ ହୋଇଥିଲି କିନ୍ତୁ କିଛିଦିନ ପରେ କୋଣଠେସା ହେଲି।ବିରୋଧୀ ଦଳର ଥିବା ବେଳେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି କେବଳ ବିରୋଧ କର ବୋଲି କୁହାଯାଉଥିଲା।କିନ୍ତୁ ଏବେ ଅସ୍ମିତାକୁ ଧରି ମୁଖ୍ୟମନ୍ତ୍ରୀ ୨୪ ବର୍ଷ ଧରି ଶାସନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଛୋଟିଆ ସେବକ ହୋଇ କାମ କରିବି ବୋଲି କହିଛନ୍ତି।
ବହୁ ବର୍ଷ ଧରି ବିଜେପି ଶିବିରରେ ଥିଲେ ଅଖିଳ। ଦଳ ପାଇଁ କାମ କରି ଚାଲିଥିଲେ କିନ୍ତୁ ଦଳ ତାଙ୍କୁ ସମ୍ମାନ ଦେଲା ନାହିଁ। ଦଳ ତାଙ୍କ ଗୁରୁତ୍ୱକୁ ବୁଝିଲା ନାହିଁ ବୋଲି ବିଷୋଦଗାର କରି ବିଜେପିକୁ ବାଏ ବାଏ କରିଥିଲେ ଅଖିଳ। ଏବେ ବିଜେଡିରେ ମିଶିବା ପରେ ଦଳୀୟ ଆଦର୍ଶ ନେଇ ଲୋକଙ୍କ କାମ କରିବେ ବୋଲି କହିଛନ୍ତି।