ଗର୍ଭବତୀଙ୍କୁ ଘାତକ ରୁବେଲା ଭାଇରସ, ଜନ୍ମରୁ ସନ୍ତାନଙ୍କୁ ଆଟାକ କରିପାରେ ରୁବେଲା

ଭୁବନେଶ୍ୱର: ରୁବେଲା ଭାଇରସକୁ ନେଇ ସାବଧାନ ଗର୍ଭବତୀ ମହିଳା। ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କାରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ।ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଭାଇରସ ଜନ୍ମରୁ ଦେଖା ଦେଇଥାଏ ।ସେଥି ପାଇଁ ଯେଉଁ ଗର୍ଭବତୀ ମହିଳାଙ୍କ ଶରୀରରେ ରାସେସ ଏବଂ ଜ୍ଵର ଆସିଲେ ଆମେ ରୁବେଲା ଟେଷ୍ଟ କରିବା ନେଇ ଆମେ ପରାମର୍ଶ କରିବା ଉଚିତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।ଏଥିରେ କିଛି ଭୟଭୀତ ବା ଆତଙ୍କିତ ହେବାର କାରଣ ନାହିଁ।ସତର୍କ ରହିଲେ ରୁବେଲା ଭୟ ରହିବ ନାହିଁ। ଭୟଭୀତ କି ଆତଙ୍କିତ ନ ହୋଇ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ।ବର୍ତ୍ତମାନ ଆରଆରଟି ଟିମ୍ ସରଭିଲେନ୍ସ କରୁଛି । ଇମ୍ମୁନାଇଯେସନକୁ ଗୁରୁତ୍ଵ ଦିଆଯାଉଛି ।ବିଶେଷ କରି ବର୍ତମାନ ୧ ବର୍ଷ, ୬ବର୍ଷ ଏବଂ ୮ବର୍ଷ ପିଲାଙ୍କ ଭିତରେ ଏହି ଭାଇରସ ବଢ଼ୁଥିବା ଦେଖାଯାଉଛି ।ସେମାନଙ୍କୁ ବେଶୀ ଗୁରୁତ୍ଵ ଦିଆଯାଉଛି । ନୂଆ କେସ ଆସି ନାହିଁ ।ସମସ୍ତେ ଷ୍ଟେବୁଲ ଅଛନ୍ତି ।ମୋଟ୍ ୧୮ସାମ୍ପଲରୁ ୨ଟି ରୁବେଲା ପଜିଟିଭ ଓ ଜଣେ ମିଳିମିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଜିଲାରେ ରୁବେଲାରେ ବର୍ତ୍ତମାନ ସୁଦ୍ଧା ୨ରୁବେଲା ରୋଗୀ ଚିହ୍ନଟ ହୋଇଛନ୍ତି।ଏବେ ସ୍ଥିତି ସ୍ୱାଭାବିକ ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର।