ତିନି ଦିନ ପର୍ଯ୍ୟନ୍ତ ଖରାକୁ ନାହିଁ ଡର, କଳାବୈଶାଖୀ ଆଣିବ ବର୍ଷା

ଭୁବନେଶ୍ୱର: ରାଜ୍ୟ ବାସୀଙ୍କୁ ଆଶ୍ବସ୍ତି l ଆଗାମୀ ତିନି ଦିନ ରାଜ୍ୟ ବିଭିନ୍ନ ସ୍ଥାନରେ କାଳବୈଶlଖି ପ୍ରବାହ ରହିବ lଫଳରେ ବିସ୍ତୃତ ଅଞ୍ଚଳ ବର୍ଷା ହବ lଆଜିଠୁ ବର୍ଷାର ପରିମାଣ ବଢିବ ।ବିଜୁଳି ଘଡଘଡି ସହ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିପାରେ।ଆଜି ଉତ୍ତର ଓଡ଼ିଶାରେ ବିଶେଷ ଭାବେ ବର୍ଷା ହୋଇପାରେ।ଏହା ସହ ଅନ୍ୟ କିଛି ଅଞ୍ଚଳରେ କାଁ ଭାଁ ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ।ଏବେ ନିମ୍ନଚାପ ରେଖା ସକ୍ରିୟ ନାହିଁ। ବଙ୍ଗୋସାଗରରୁ ଆସୁଥିବା ଜଳୀୟବାଷ୍ପ ପୁର୍ଣ୍ଣ ବାୟୁ ରାଜ୍ୟରେ ବର୍ଷା କରାଉଛି।
ଟୁଇନ ସିଟିରେ ଆଜି ମଧ୍ୟାହ୍ନ କିମ୍ବା ଅପରାହ୍ନରେ କାଳବୈଶାଖୀର ପ୍ରଭାବ ରହିପାରେ।ବର୍ଷା ପବନ ହୋଇପାରେ।ଫଳରେ 40ଡିଗ୍ରୀ ଭିତରେ ରହିବ ପାରଦ lଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।୨୪ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଗାମୀ ୫ଦିନପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ।ଖରା ବଢିଲେ ଗୁଳୁଗୁଳି ସ୍ଥିତି ରହିବନାହିଁ।ବର୍ଷା ତାତିରେ ରୋକ ଲଗାଇବ।ଦୀର୍ଘ ଦିନ ଧରି ଖରାର ତାଉରେ ଲୋକେ ହନ୍ତସନ୍ତ ହେଉଥିଲେ। ଏବେ କିନ୍ତୁ ସେଭଳି ସ୍ଥିତି ନାହିଁ।ପ୍ରବଳ ବର୍ଷା ନ ହେଲେ ବି କାଁ ଭାଁ ବର୍ଷାରେ ତତଲା ଭୂଇଁ ଓଦା ହେଉଛି।ଫଳରେ ଲୋକେ ଆଶ୍ବସ୍ତି ପାଉଛନ୍ତି।