ରାଜଧାନୀରେ ସବୁଠୁ ସର୍ବନିମ୍ନ ମତଦାନ , ଏଥର ଭୋଟ ପ୍ରତିଶତ ବଢାଇବା ନେଇ ବିଏମସିର ନୂଆ ପ୍ରୟାସ

ଭୁବନେଶ୍ୱର: ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ହେଉଛି ନିର୍ବାଚନ।ତେଣୁ “ନିର୍ବାଚନ ପର୍ବ ଆମ ଦେଶର ଗର୍ବ” ଏହି ବାର୍ତା ବା ନାରା ନେଇ ମତଦାତାଙ୍କୁ ଭୋଟ ଦେବା ପାଇଁ ସଚେତନତା କରାଯାଉଥିବା ବେଳେ ବିଏମ୍ସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି ।୨୫ ମେ ରେ ଭୁବନେଶ୍ୱର ରେ ଭୋଟ ଗ୍ରହଣ ତାରିଖ ରହିଥିବା ବେଳେ ସହରାଂଚଳ ଭୋଟରଙ୍କୁ ନିର୍ବାଚନରେ ଅଧିକରୁ ଅଧିକ ସାମିଲ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।ଏଥିରେ ଭୁବନେଶ୍ୱରର ବିଭିନ୍ନ ହାଉସିଂ ସୋସାଇଟି ବା ଆବାସିକ କଲ୍ୟାଣ ସଂଘର ମୁଖ୍ୟ,ବିଭିନ୍ନ ସଂସ୍ଥା ଓ ପରିଷଦର ୨୫୦ରୁ ଉର୍ଧ୍ଵ ସଦସ୍ୟମାନେ ସାମିଲ ହୋଇଛନ୍ତି।ବିଶେଷ କରି ସହରର ବରିଷ୍ଠ ନାଗରିକ, ମହିଳା ଓ ଯୁବ ଭୋଟର ବା ନୂଆ ଭୋଟରଙ୍କୁ ଭୋଟ ଦେବା ପାଇଁ ଜାଗୃତ କରିବପାଇଁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି।ସଚେତନତାର ବିଭିନ୍ନ ଗୀତ ଓ ନାଟକ ମାଧ୍ୟମରେ ମଧ୍ୟ ଭୋଟ ଦେବା ପାଇଁ ଜାଗୃତ କରାଯାଇଛି ।ତେବେ ଆମର ଗୋଟିଏ ମୂଲ୍ୟବାନ ଭୋଟ ଦେଶ ଗଠନରେ ସହାୟକ ହେବ ବା ଆମ ଗଣତନ୍ତ୍ରକୁ ସୁଦୃଢ କରିବ।ତେଣୁ ଭୋଟ ଦାତାଙ୍କ ଭାଗିଦାରୀତାର ପ୍ରତିଶତକୁ ବଢାଇବା ଏହି ସଚେତନତାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳରେ ଚଞ୍ଚଳ ରାଣା।
ତେବେ ଭୁବନେଶ୍ୱର ରେ ୪୩ ରୁ ୪୫ ପ୍ରତିଶତ ନାଗରିକ ଭୋଟ ଦେଇଥାନ୍ତି। ଏହା ରାଜ୍ୟର ସବୁଠାରୁ ସର୍ବନିମ୍ନ ମତଦାନ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସେହିପରି ୧୧ଲକ୍ଷ ଭୋଟର ରାଜଧାନୀ ଭୁବନେଶ୍ୱର ରେ ରହିଥିବା ବେଳେ ୩ରୁ ୪ଲକ୍ଷ ଭୋଟର ଭୋଟ ଦେଇଥାନ୍ତି।୧୨ରୁ ୧୫ଲକ୍ଷ ଭୁବନେଶ୍ୱରର ଲୋକସଂଖ୍ୟା ହୋଇଥିବା ବେଳେ ଚଳିତ ନିର୍ବାଚନରେ ଅଧିକ ମାତ୍ରାରେ ଆସି ମତଦାତା ଭୋଟ ଦେଇ ସଠିକ ନେତା ଚୟନ କରିବାକୁ ଆହ୍ଵାନ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ।ଏହାସହ ନିର୍ବାଚନ ସମୟରେ ସ୍ୱତନ୍ତ୍ର ଭାବେ ବିଭିନ୍ନ ରୁଟରେ ବିଶେଷ କରି ମହିଳା ଭୋଟରଙ୍କ ପାଇଁ ବସ ଚାଲିବ ବୋଲି କହିଛନ୍ତି ଜିଲ୍ଲାପାଳ ।ମତଦାନ ନାଗରିକର ଶ୍ରେଷ୍ଠ ଅଧିକାର ହୋଇଥିବା ବେଳେ ଯୋଗ୍ୟ ନେତା ବାଛିବା ସହ ରାଜ୍ୟ ଗଠନରେ ସାମିଲ ହେବାପାଇଁ ନିଶ୍ଚିତ ଯିବି ଓ ନିଜ ବୁଥ ବା ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଦେଵି ଏହି ଶପଥ ନେଇଛନ୍ତି ଉପସ୍ଥିତ ରାଜଧାନୀବାସୀ।