thelifelinemedia
Latest Odisha News, Breaking News Today

ସୌମ୍ୟଙ୍କ ମୁଣ୍ଡ ଉପରେ ବଦ୍ରିଙ୍କ ହାତ, ଘସିପୁରା ରାଜନୀତିରେ ରୋଚକ ସ୍ଥିତି

ଘସିପୁରା : ରାଜନୀତି ଦୃଶ୍ୟପଟ୍ଟରେ ରୋଚକ ସ୍ଥିତି।ପରସ୍ପର ବିରୋଧରେ ନିର୍ବାଚନ ମଇଦାନକୁ ଓଲ୍ହାଇଛନ୍ତି କିନ୍ତୁ ଫେସ ଟୁ ଫେସ ହେଲେ ପରସ୍ପରକୁ ବନ୍ଧୁ ଭଳି ବ୍ୟବହାର କରୁଛନ୍ତି। ଯେମିତି ଦୃଶ୍ୟପଟ ଘଟିଛି ସୌମ୍ୟ ଓ ବଦ୍ରିଙ୍କ ମଧ୍ୟରେ। ଅବସର ଥିଲା ନାମାଙ୍କନ ଦାଖଲ ସମୟର। ବିଜେଡି ଘସିପୁରା ପ୍ରାର୍ଥୀ ବଦ୍ରି ନାମାଙ୍କନ ଭରି ଫେରୁଥିଲେ। ଠିକ ସେହି ସମୟରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ପହଂଚିଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ।ଉଭୟ ଫେସ ଟୁ ଫେସ ହୋଇଗଲେ। ସୌମ୍ୟ ବଦ୍ରିଙ୍କ ହାତକୁ ଆଣି ନିଜ ମୁଣ୍ଡ ଉପରେ ରଖିଦେଲେ। ଉପସ୍ଥିତ ଲୋକ ଏବଂ ରିଟର୍ନିଙ୍ଗ ଅଧିକାରୀ ଏ ଦୃଶ୍ୟ ଦେଖି ଚକିତ ହୋଇଗଲେ। ମଇଦାନରେ ପରସ୍ପର ବିରୋଧରେ ଲଢେଇ କରୁଥିବା ଦୁଇ ନେତାଙ୍କ ମଧ୍ୟରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ସୌମ୍ୟରଞ୍ଜନ ନିଜ ସମର୍ଥକଙ୍କ ସହିତ କେନ୍ଦୁଝର ଜିଲାର ସୀମାନ୍ତ ଜରଦା ଗେଟଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଅପରାହ୍ନରେ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।ଆଉ ସେହି ସମୟରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ସରି ଫେରୁଥିଲେ ବଦ୍ରି ନାରାୟଣ ପାତ୍ର।

ରାଜନୀତି ରୁଚି ପାଇଁ ସୌମ୍ୟ ବାରମ୍ବାର ଦଳ ବଦଳାଇଛନ୍ତି ।ଉପଯୁକ୍ତ ଆସନ ପାଇଁ ଦଳ ଡିଆଁ ମାରିବାରେ ସେ ସବୁଠୁ ଆଗରେ ।ବିଜେପି, କଂଗ୍ରେସ, ବିଜେଡି ପରେ ଏବେ ସ୍ୱାଧୀନ ଭାବେ ଲଢେଇ କରୁଛନ୍ତି।
ଘସିପୁରାରେ ବିଜେଡି ବଦ୍ରି ପାତ୍ରଙ୍କୁ ପ୍ରାର୍ଥୀ କରିଛି ।ବଦ୍ରି ଭାରି ଟାଣୁଆ ନେତା ।ଏବେ ସୌମ୍ୟଙ୍କ ଭଳି ହେଭିୱେଟ ମଇଦାନଙ୍କୁ ଓଲ୍ହାଇବା ବଦ୍ରିଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.