ରୁଷ ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ, କହିଲେ ଶତ୍ରୁ ସହ ସୁଧାରିବେ ସମ୍ପର୍କ

ନୂଆଦିଲ୍ଲୀ :ରୁଷର ରାଷ୍ଟ୍ରପତି ଭାବେ ପୁଣି ଥରେ ଶପଥ ନେଇଛନ୍ତି ଭ୍ଲାଦିମିର ପୁଟିନ। ୫ମ ଥର ପାଇଁ ଶପଥ ନେଇଛନ୍ତି।କ୍ରେମଲିନରେ ଶପଥ ଗ୍ରହଣ ପାଇଁ ଆୟୋଜିତ ଏକ ସମାରୋହରେ ସେ ରେକର୍ଡ ପଞ୍ଚମ ଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ଋଷର ନେତୃତ୍ୱ ନେବା ଏକ ପବିତ୍ର କର୍ତ୍ତବ୍ୟ।ଦେଶ ଏବେ କଷ୍ଟଦାୟକ ସମୟ ଦେଇ ଗତି କରୁଛି, ଏହି ପ୍ରତିକୂଳ ସମୟରେ ଋଷ ପୁଣି ଥରେ ଶକ୍ତିଶାଳୀ ହେବ ବୋଲି ଶପଥ ଗ୍ରହଣ ପରେ ସମାରୋହକୁ ସମ୍ବୋଧିତ କରି ପୁଟିନ କହିଛନ୍ତି।
ପୁଟିନ୍ ଶପଥ ନେବା ପରେ ଜୋର୍କିନ୍ ତାଙ୍କୁ ରାଷ୍ଟ୍ରପତିଙ୍କ ଚିହ୍ନ,ଅର୍ଥାତ୍ ସେଣ୍ଟ ଜର୍ଜଙ୍କ ସୁବର୍ଣ୍ଣ କ୍ରସ ସମେତ ରାଷ୍ଟ୍ରପତି ଶକ୍ତିର ପ୍ରତୀକ ପ୍ରଦାନ କରିଥିଲେ, ଯେଉଁଥିରେ ରୁଷୀୟ ଅସ୍ତ୍ରଶସ୍ତ୍ର କୋଟ୍ ଏବଂ ଏକ ସୁନା ଚେନ୍କୁ ଗୁଣ, ସଚ୍ଚୋଟତା ଏବଂ ଗୌରବ ଭାବେ ଦର୍ଶାଯାଇଛି।୨୦୦୦ ମସିହାରେ ପୁଟିନ ପ୍ରଥମ ଥର ପାଇଁ ଋଷର ରାଷ୍ଟ୍ରପତି ହୋଇଥିଲେ ।ସେବେଠାରୁ ନିରନ୍ତର ଭାବେ ସେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଆସୁଛନ୍ତି।ବ୍ରିଟେନ୍, ଆମେରିକା ଭଳି ଅନେକ ୟୁରୋପୀୟ ଦେଶ ଋଷରେ ଭ୍ଲାଦିମିର ପୁଟିନଙ୍କ ଶପଥ ଗ୍ରହଣ ସମାରୋହକୁ ବୟକଟ କରିଛନ୍ତି।