ଟିକେଟ କାଟି ଲଳିପପ ଧରେଇଲା ବିଜେଡି, ସମୀର ଓ ଅରୁନ୍ଧତୀଙ୍କୁ ଥଇଥାନ କଲା ଦଳ, ଦେଲା ନୂଆ ଦାୟିତ୍ୱ

ଭୁବନେଶ୍ୱର: ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ।ବିଦ୍ରୋହ ମୁଣ୍ଡ ଟେକିବା ଆଗରୁ ଗୋଟି ଚଳାଇଲା ବିଜେଡି।ଟିକେଟ କାଟିଥିବା ନେତାଙ୍କୁ କଲା ଥଇଥାନ।ନିମାପଡା ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ଦଳ ତାଙ୍କୁ ସ୍ୱାନ୍ତନା ଦେବାକୁ ଯାଇ ନୂଆ ଦାୟିତ୍ୱ ଦେଇଛି।ଟିକେଟ ପାଇବାରୁ ବଞ୍ଚିତ ହେବା ପରେ ସମୀରଙ୍କ ସମର୍ଥକ ଓ ନିଜେ ସମୀର ବିଦ୍ରୋହ କରିବା ଆରମ୍ଭ କରିଦେଇଥିଲେ।ବିଭିନ୍ନ ସମୟରେ ଶକ୍ତି ପ୍ରଦର୍ଶନ କରି ଆସୁଥିଲେ। ତେଣୁ ଏହା ଆଗାମୀ ସମୟରେ ଦଳକୁ କ୍ଷତି ପହଂଚାଇବା ଆଶଙ୍କା କରି ପୁରା ସ୍ଥତିକୁ ମ୍ୟାନେଜ କରିଦେଇଛି ବିଜେଡି।ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି। ସମୀରଙ୍କ ସ୍ବରକୁ ଚାପିବାକୁ ଦଳ ଏଠି ତାଙ୍କୁ ନୂଆ ଦାୟିତ୍ୱ ଦେଇଛି ବୋଲି କୁହାଯାଉଛି।
ସେହିପରି ଦେବଗଡ଼ ରାଣୀ ଅରୁନ୍ଧତୀ ଦେବିଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ପୂର୍ବରୁ ବିଜେଡି ଅଂରୁନ୍ଧତୀଙ୍କୁ ଦେବଗଡ଼ ପାଇଁ ବିଧାୟିକା ପ୍ରାର୍ଥୀ କରିଥିଲା। କିନ୍ତୁ ପରେ ତାଙ୍କ ପ୍ରାର୍ଥୀତ୍ୱ ପରିବର୍ତ୍ତନ କରି ରୋମାଞ୍ଚଙ୍କୁ ଦଳ ଟିକେଟ ଦେଲା। ତେଣୁ ଅରୁନ୍ଧତିଙ୍କ ଅସନ୍ତୋଷଙ୍କୁ ପ୍ରଶମିତ କରିବା ପାଇଁ ବିଜେଡି ତାଙ୍କୁ ଏଇ ଦାୟିତ୍ୱ ଦେଇଛି ବୋଲି କୁହାଯାଉଛି।