thelifelinemedia
Latest Odisha News, Breaking News Today

ଚର୍ଚ୍ଚାରେ ନବୀନଙ୍କ ଧାଡିକିଆ କଥା , ଲୋକଙ୍କ ସହିତ ଯୋଡି ହେଲାଭଳି କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ସଂକ୍ଷିପ୍ତ ନୁହେଁ ଧାଡିକିଆ ନିର୍ବାଚନୀ ପ୍ରଚାର।ହସ ହସ ମୁହଁରେ ଧାଡିକିଆ କଥା।ଲମ୍ଭା ଭାଷଣ ନୁହେଁ।ଏକଦମ ସର୍ଟକଟ ଭାଷଣ। ଅନ୍ୟ ରାଜନେତାଙ୍କଭଳି ଲମ୍ବା ଭାଷଣ ନୁହେଁ।ତିନି ଚାରୋଟି ଶବ୍ଦ ଥିବା ଧାଡିକିଆ ବାକ୍ୟ।ଲୋକଙ୍କ ସହିତ ଯୋଡି ହେଲଭଳି କଥା କହି ସମସ୍ତଙ୍କ ମନ ଜିଣୁଛନ୍ତି।ଇଏ ହେଉଛି ନବୀନ ପଟ୍ଟନାୟକଙ୍କ ୨୪ ନିର୍ବାଚନର ପ୍ରଚାର ଷ୍ଟାଇଲ।୨୦୧୯ ନିର୍ବାଚନ ସମୟରେ ଆପଣ ମାନେ ଭଲ ତ ଏଇ ପଦକ କଥା ରାଜିନୀତିରେ ଝଡ ସୃଷ୍ଟି କରିଥିଲା।ଏବେ ୨୪ରେ ବଦଳିଛି ପ୍ରଚାର ଷ୍ଟାଇଲ।ଧାଡିକିଆ ବାକ୍ୟ କହି ଲୋକଙ୍କ ମନ ଜିଣି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ପ୍ରଶ୍ନ ପଚାରୁଛନ୍ତି ନବୀନ ଆଉ ସମାବେଶ ସ୍ଥଳରେ ଉପସ୍ଥିତ ଲୋକ ନବୀନଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ମିଶନ ଶକ୍ତି, ନୂଆ ଓ ଛାତ୍ର ବୃତ୍ତି, ୫ଟି ସ୍କୁଲ ରୂପାନ୍ତରଣ, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଭଲ ବୋଲି ଲୋକଙ୍କୁ ପ୍ରଶ୍ନ କରୁଛନ୍ତି।ନବୀନଙ୍କ ଏହିଭଳି ପ୍ରଶ୍ନରେ ଲୋକଙ୍କ ହଁ ଉତ୍ତର ପୁରା ସମାବେଶ ସ୍ଥଳରେ କମ୍ପନ ସୃଷ୍ଟି କରୁଛି।

ବିରୋଧୀଙ୍କ କଥାକୁ ବି ନବୀନ ହାଲକା ଭାବେ ନେଉଛନ୍ତି।ବିରୋଧୀ ଯେତେ ଲମ୍ବା ଭାଷଣ ଦେଇ ନବୀନଙ୍କୁ ସମାଲୋଚନା କଲେ ମଧ୍ୟ ନବୀନ ବିଚଳିତ ହେଉ ନାହାନ୍ତି।ହାଲକା ଭାବେ ସବୁ କଥାକୁ ନେଉଉଛନ୍ତି।ନବୀନଙ୍କ ଧାଡିକିଆ ଉତ୍ତର ବିରୋଧୀଙ୍କ ସବୁ ଦମ୍ଭୋକ୍ତିକୁ ଚୁଟକୀ ମାରି ଉଡାଇ ଦେଉଛି।ନବୀନଙ୍କ ଧାଡିକିଆ କଥା ରାଜ୍ୟ ରାଜନୀତିକୁ ଆହୁରି ତତାଇ ଦେଉଛି।

Leave A Reply

Your email address will not be published.