ତତଲା ଭୂଇଁରେ ବର୍ଷା ଛିଟା, ବଦଳିଲା ପାଣିପାଗ, ରାଜ୍ୟର ବିଭିନ୍ନ ଜାଗାରେ ବର୍ଷା

ଭୁବନେଶ୍ୱର: ଝିପି ଝିପି ବର୍ଷା ସାଙ୍ଗକୁ ଘଡଘଡି। ଆଶ୍ବସ୍ତି ଆଣିଲା କାଳବୈଶାଖୀ। କମିଲା ଗୁଳୁଗୁଳି।ଏକ ଭଲ ବର୍ଷା ଅପେକ୍ଷାରେ ଥିଲେ ଲୋକେ ।ଏବେ ବର୍ଷା ଆଶ୍ବସ୍ତି ଆଣିଛି। ଦୀର୍ଘ ୨୧ଦିନ ଖରାରେ ଜଳିବା ପରେ ଆଶ୍ବସ୍ତି ମିଳିଛି ରାଜ୍ୟବାସୀଙ୍କୁ।ଲମ୍ବା ସମୟ ଧରି ତାତିର ତାଉରେ କଲବଲ ହେବା ପରେ ବଦଳିଛି ପାଗର ମିଜାଜ୍ । କାଳବୈଶାଖୀ ବର୍ଷାରେ ଭିଜୁଛି ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା ।ଗଞ୍ଜାମ,ଖୋର୍ଦ୍ଧା,ନୟାଗଡ଼ ଏବଂ ପୁରୀରେ ବର୍ଷ ଲାଗିରହିଛି ।ସେପଟେ ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ ପ୍ରଭାବରେ କାଳବୈଶାଖୀ ବର୍ଷା ଆସନ୍ତାକାଲି ଠାରୁ ଭିଜାଇବ ପୁରା ଓଡ଼ିଶାକୁ ।କାଲିଠାରୁ ବର୍ଷାର ପ୍ରଭାବ ରହିଥିଲେ ମଧ୍ୟ ୭ରୁ୯ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ବିଛୁରିତ ବର୍ଷା।ଆସନ୍ତାକାଲି ପାଇଁ ରାଜ୍ୟର ଗଞ୍ଜାମ,ଗଜପତି,ନୟାଗଡ଼,କେଉଁଝର,ମୟୂରଭଞ୍ଜଏବଂ ବାଲେଶ୍ୱରକୁ ଅରେଞ୍ଜ ଆଲେର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୮ଏବଂ ୯ତାରିଖରେ ୬ଜିଲ୍ଲାକୁ ଅରଞ୍ଜ ୱାର୍ଣିଙ୍ଗ ଜାରି କରିଛି ବିଭାଗ।କେବଳ ସେତିକି ନୁହେଁ ଆଗାମୀ ମଇ୬ ରୁ ୮ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ତିତି ଅଶାନ୍ତ ରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି | ଏହି ସମ୍ଭାବ୍ୟ ପରିସ୍ଥିତି କୁ ନଜରରେ ରଖି ୬ ରୁ ୮ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖ ପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।