ବଡମ୍ବାରେ ବିଜେପି ପାଇଁ କଣ୍ଟା ବିଜୟ ଦଳବେହେରା, ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କଲେ ଟିକେଟରୁ ବଞ୍ଚିତ ଥିବା ଅସନ୍ତୁଷ୍ଟ ବିଜେପି ନେତା

ବଡମ୍ବା :ବଡମ୍ବାରେ ବିଜେପି ପାଇଁ ଅଡୁଆ ପରିସ୍ଥିତି।ଦଳ ପାଇଁ କଣ୍ଟା ସ୍ୱାଧୀନ ଭାବେ ଲଢ଼ୁଥିବା ବିଜେପିର ଅସନ୍ତୁଷ୍ଟ ନେତା ବିଜୟ ଦଳ ବେହେରା।ବିଜେପି ଟିକେଟରୁ ବଞ୍ଚିତ ହେବା ପରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ବାର ବାର ଶକ୍ତି ପ୍ରଦର୍ଶନ ଦେଖାଇ ଆସୁଥିଲେ ବିଜୟ ଦଳ ବେହେରା। ହେଲେ ବିଜେପି ବଡମ୍ବାରେ ପ୍ରାର୍ଥୀ ପରିବର୍ତ୍ତନ କଲା ନାହିଁ। ଶେଷରେ ସ୍ୱାଧୀନ ଭାବେ ଲଢ଼ିବାକୁ ନାମାଙ୍କନ ଭରି ଛନ୍ତି ବିଜୟ ଦଳବେହେରା।ବଡ଼ମ୍ବା ନରସିଂହପୁର ବିଧାସଭା ଆସନ ପାଇଁ ଆଠଗଡ଼ ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଜୟ କୁମାର ଦଳ ବେହେରା। ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକ ବିରାଟ ପଟୁଆରରେ ଦଶ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ସାଥିରେ ଧରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜୟ।
ବଡମ୍ବାରେ ବିଜୟଙ୍କ ଭଲ ସଙ୍ଘଠନ ଅଛି। ବର୍ଷ ବର୍ଷ ଧରି ଲୋକଙ୍କ କାମ କରି ଆସୁଛନ୍ତି। ଏଥର ସେ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ବିଜେପି ତାଙ୍କୁ ଟିକେଟ ନ ଦେଇ ସମ୍ବିତ ତ୍ରିପାଠୀଙ୍କୁ ଟିକେଟ ଦେଇଛି ଯେଉଁଥିପାଇଁ ବଡମ୍ବାରେ ବିଜେପି ଦୁଇ ଫାଳ ହେଇଛି। ବିଜୟ ଦଳବେହେରା ସ୍ୱାଧୀନ ଭାବେ ଲଢ଼ିବା ବିଜେପି ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।