thelifelinemedia
Latest Odisha News, Breaking News Today

ବିଜେଡି ଛାଡ଼ିବେ କି ସମୀର ଦାଶ, ଟୁଇଟକୁ ନେଇ ବଢିଲା ଚର୍ଚ୍ଚା

ପୁରୀ :ସମସ୍ତଙ୍କୁ ହୃଦୟରୁ ସାଧୁବାଦ ଏବଂ #ସମୀରପରିବାର। ନିମାପଡା ବିଧାୟକ ସମୀର ଦାଶଙ୍କ ଏଇ ଟୁଇଟକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି।କୁହାଯାଉଛି ଖୁବ ଶୀଘ୍ର ସମସ୍ତଙ୍କୁ ଚକିତ କଲା ଭଳି ନିଷ୍ପତ୍ତି ନେଇ ପାରନ୍ତି ସମୀର।ବିଜେଡିକୁ ବାଏ ବାଏ କରି ପାରନ୍ତି ବୋଲି ସମୀରଙ୍କ ଏଇ ଦୁଇ ଧାଡ଼ିଆ ଟୁଇଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ସମୀର ବିଜେଡି ଛାଡିବା ନେଇ ଅନେକ ଦିନ ଧରି କଳ୍ପନାଜଳ୍ପନାର ଅନ୍ତ ଘଟୁ ନ ଥିବାବେଳେ ତାଙ୍କ ଟ୍ବିଟ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଟିକେଟ୍‌ ନ ମିଳିବାରୁ ଅସନ୍ତୁଷ୍ଟ ସମୀରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତା’ ନେଇ ଗତ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଛି। ଆଉ ଏଥିରେ ଖୋରାକ ଯୋଗାଇଛି ସମୀରଙ୍କ ଟ୍ବିଟ୍‌।କୁହାଯାଉଛି ଟିକେଟରୁ ବଂଚିତ ହୋଇଥିବା ସମୀର ବିଜେଡି ଛାଡି ପାରନ୍ତି।

ଶନିବାର ନିର୍ବାଚିତ ପ୍ରତିନିଧିଙ୍କ ସହ ୩ ହଜାରରୁ ଅଧିକ କର୍ମୀ ଦଳ ଛାଡିବା ନେଇ ଲିଖିତ ଭାବେ ଜଣାଇଛନ୍ତି ।ତୁରନ୍ତ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ଚେତାବନୀ ଦେଇଥିବା ବେଳେ ଦଳକୁ ୧୨ ଘଣ୍ଟିିଆ କଣ୍ଟ ଦେଇଛନ୍ତି ।ଏହାରି ଭିତରେ ଚର୍ଚ୍ଚା ବଢାଇଛି ସମୀର ଦାଶଙ୍କ ଟ୍ବିଟ । ନିଜ ଏକ୍ସ’ରେ ସେ ଲେଖିଛନ୍ତି, ସମସ୍ତଙ୍କୁ ହୃଦୟରୁ ସାଧୁବାଦ।ଏଥିସହ #ସମୀରପରିବାର ମଧ୍ୟ ଲେଖିଛନ୍ତି। ତେବେ ସେ କେଉଁ ଆଡକୁ ଇଙ୍ଗିତ କରି ଏପରି ଲେଖିଛନ୍ତି ସେ ନେଇ ଚର୍ଚ୍ଚା ବଢିବାରେ ଲାଗିଛି।

ନିମାପଡା ବିଧାୟକ ସମୀର ଦାଶ ଟିକେଟ ପାଇବା ନେଇ ଏଥର ଆଶାବାଦୀ ଥିଲେ।ହେଲେ ଶେଷ ମୁହୂର୍ତ୍ତରେ ସବୁ ଆଶା ନିରାଶାରେ ପରିଣତ ହେଲା।ଟିକେଟ ତାଙ୍କୁ ମିଳିଲା ନାହିଁ।ତାଙ୍କ ଟିକେଟ କାଟି ଦିଲ୍ଲୀପ ନାୟକଙ୍କୁ ଦଳ ଟିକେଟ ଦେଲା।ସେବେଠାରୁ ସମୀର ଅସନ୍ତୋଷର ନିଆଁରେ ଜଳୁଛନ୍ତି।ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ବାର ବାର ସମର୍ଥକଙ୍କ ଜରିଆରେ ରଣ ହୁଙ୍କାର ଦେଉଛନ୍ତି।

Leave A Reply

Your email address will not be published.