ନବୀନ ପଟ୍ଟନାୟକ ଭଲ ତ…. ଲୋକେ କହିଲେ ହଁ, କାମର ହିସାବ ଦେଇ ବିଜେଡି ସୁପ୍ରିମୋ କଲେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର :ନବୀନଙ୍କ ଷ୍ଟାଇଲରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି ବିଜେଡି।ସଂକ୍ଷିପ୍ତ ଭାଷଣ ଓ ରୋକଠୋକ କଥା। କାମର ହିସାବ ଦେଲେ ଆଉ ଲୋକେ ସିଧାସଳଖ ମଞ୍ଚ ତଳେ ଥାଇ ଉତ୍ତର ଦେଲେ। ଦକ୍ଷିଣ ଓଡିଶାରୁ ପ୍ରଚାର ଅଭିଯାନ ଆରମ୍ଭ କରିଥିବା ବିଜେଡିର ନିର୍ବାଚନୀ ପ୍ରଚାର କିଛି ଏହିଭଳି ଥିଲା।କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ପାରଳାଖେମୁଣ୍ଡିରେ ବିଜେଡି ସୁପ୍ରିମୋଙ୍କ ନିର୍ବାଚନୀ ପ୍ରଚାର ବିରୋଧୀଙ୍କ ନିଦ ହଜାଇ ଦେଇଛି।ନାଁ ନ ନେଇ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀଙ୍କୁ ଟାର୍ଗେଟ କରିଛନ୍ତି।
ଜନବିରୋଧୀ ଏବଂ ଅପରାଧିକ ପୃଷ୍ଠଭୂମି ଥିବା ଲୋକକୁ ଭୋଟ ନ ଦେଇ ଭଲ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଛନ୍ତି ନବୀନ ପଟ୍ଟନାୟକ।ପୂର୍ବରୁ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ନାଁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କରଥିଲେ। କହିଥିଲେ, ପାର୍ଲିଆମେଣ୍ଟ ନୁହେଁ ଜେଲ ପଠାନ୍ତୁ। ପାରଳାଖେମୁଣ୍ଡି ନିର୍ବାଚନୀ ସଭାରେ ନବୀନଙ୍କ ସ୍ୱର ଏକଦମ ଶାଣିତ ଥିଲା। ବିରୋଧୀଙ୍କୁ ସଂଯମତା ଭିତରେ ଶାଣିତ ଆକ୍ରମଣ କରିଥିଲେ। ୪ଟି ନିର୍ବାଚନୀ ସଭାରେ କାମର ହିସାବ ଦେଇଛନ୍ତି ନବୀନ। ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କ ଠାରୁ ଫଡ ବ୍ୟାକ ନେଇଥିଲେ। ଲୋକପ୍ରିୟ ଯୋଜନା ଗୁଡିକ ଭଲ କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ ନବୀନ। ଲୋକେ ମଧ୍ୟ ହଁ ବୋଲି ଉତ୍ତର ଦେଉଥିଲେ। ନବୀନଙ୍କ ଏଭଳି ଷ୍ଟାଇଲରେ ନିର୍ବାଚନୀ ପ୍ରଚାର ବିରୋଧୀ ଶିବିରର ନିଦ ହଜାଇ ଦେଇଛି
୨୦୧୯ରେ ନବୀନ..ଆପଣ ମାନେ ଖୁସି ତ..ତିନି ଚାରୋଟି ଶବ୍ଦ ଥିବା ଏହି ଛୋଟିଆ ବାକ୍ୟ କହି ସମସ୍ତଙ୍କ ହୃଦୟ ଜିତିଥିଲେ।ଏବେ ଚଳିତ ନିର୍ବାଚନରେ ନବୀନ ଷ୍ଟାଇଲ ବା କାମର ହିସାବ ଦେଇ ଲୋକଙ୍କୁ ଠାରୁ ମତାମତ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଅନ୍ଦାଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।